ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ଟପିଲା

ନୂଆଦିଲ୍ଲୀ : ଗତ ଡିସେମ୍ବର ମାସରୁ ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ସାରା ବିଶ୍ବରେ ଏହି ମହାମାରୀ କରୋନା ଆଜି ବିଶ୍ବର ୨୧୦ଟି ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ସାରା ବିଶ୍ବରେ ୨୩ ଲକ୍ଷରୁ ଅଧିକ ଲୋକେ ଏହି ଭୟାନକ ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେହିପରି ୧ ଲକ୍ଷ ୬୦ ହଜାର ୭୫୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୫ ଲକ୍ଷ ୯୬ ହଜାରୁ ୬୮୭ ଜଣ ସୁସ୍ଥ ହୋଇଛନ୍ତି । ଏହି ମହାମାରୀ ଯୋଗୁଁ ଆମେରିକା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଆମେରିକାରେ ଏହା ପ୍ରବଳ ଭାବରେ ବ୍ୟାପୁଛି । ଆମେରିକାର ନ୍ୟୁୟର୍କ ଏବେ ଏହାର କେନ୍ଦ୍ରସ୍ଥଳ ପାଲଟି ଯାଇଛି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୭୩୮,୮୩୦ ରହିଥିବାବେଳେ ୩୯,୦୧୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସୁସ୍ଥ ହୋଇଛନ୍ତି ୬୮,୨୮୫ ଜଣ । ଆମେରିକା ପଛକୁ ରହିଛି ଇଟାଲୀ । ଇଟାଲୀରେ ୨୩,୨୨୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧,୭୫,୯୨୫ଟି ମାମଲା ସାମ୍ନାକୁ ଆସିଛି । ସେହିପରି ସ୍ପେନ୍‌ରେ ୨୦,୬୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଫ୍ରାନ୍ସରେ ୧୯,୩୨୩ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ସେହିପରି ବ୍ରିଟେନ୍‌ରେ ୧୫ ହଜାରରୁ ଅଧିକ ଲୋକେ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି । କରୋନା ଭାଇରସ୍‌ ଯୋଗୁଁ ୟୁରୋପରେ ମୃତକଙ୍କ ସଂଖ୍ୟା ଏକ ଲକ୍ଷ ପାର୍‌ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ