ବିଶ୍ବର ବୃହତ୍ତମ ରେଡ଼ିଓ ଟେଲିସ୍କୋପ୍ କାର୍ଯ୍ୟକ୍ଷମ

ବେଜିଂ : ବିଶ୍ବର ବୃହତ୍ତମ ରେଡ଼ିଓ ଟେଲିସ୍କୋପ୍ କାର୍ଯ୍ୟକ୍ଷମ ହୋଇଛି। ଚାଇନାରେ ଥିବା ଏହି ଟେଲିସ୍କୋପ୍‌ ୩ ବର୍ଷ ଧରି ଟ୍ରାଏଲ୍‌ ହେବା ପରେ ଏହା କାର୍ଯ୍ୟ ଆରମ୍ଭ କରିଛି। ଏହାର ନିର୍ମାଣ ପାଇଁ ୨୦ ବର୍ଷ ଲାଗିଥିଲା। ଆମେରିକା, ବ୍ରିଟେନ୍‌, ପାକିସ୍ତାନ ସମେତ ୧୦ଟି ଦେଶର ବୈଜ୍ଞାନିକ ଏହାର ନିର୍ମାଣରେ ସହାୟତା କରିଥିଲେ। ଏକ ସେକେଣ୍ଡରେ ଏହା ୩୮ ଗିଗାବାଇଟ୍‌ ଡାଟା ଯୋଗାଇବାକୁ ସକ୍ଷମ ହେବ। ଏଥିରେ ୪୪୫୦ଟି ପ୍ୟାନେଲ ରହିଛି। ଏହାର ନିର୍ମାଣରେ ୧୨୦୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ୩୦ଟି ଫୁଟବଲ ପଡ଼ିଆ ସହିତ ସମାନ ଏହି ବୃହତ ଟେଲିସ୍କୋପ୍‌ର ବ୍ୟାସ ୫ ଶହ ମିଟର ଥିବାବେଳେ ଏହାକୁ ଗୁଇଝୋଉ ପ୍ରଦେଶରେ ସ୍ଥାପିତ କରାଯାଇଛି। ମହାକାଶ ଗବେଷଣା କ୍ଷେତ୍ରରେ ଏହା ବହୁ ନୂଆ ତଥ୍ୟ ପ୍ରଦାନ କରିବାକୁ ସକ୍ଷମ ହେବ ବୋଲି ଚାଇନାର ରାଷ୍ଟ୍ରୀୟ ବିକାଶ ଏବଂ ସୁଧାର ଆୟୋଗ ଅଧିକାରୀ ଶେନ୍‌ ଜୁଲିନ୍‌ ପ୍ରକାଶ କରିଛନ୍ତି। ୨୦୧୬ ସେପ୍ଟେମ୍ବରଠାରୁ ଏହାର ଟ୍ରାଏଲ୍‌ ଜାରି ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ