ବିଶ୍ବଶାନ୍ତି ମହାଯଜ୍ଞ ପାଇଁ ଭୂମିପୂଜନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ସରସ୍ବତୀ ଶିଶୁ ମନ୍ଦିର (ଶ୍ରୀଧାମ) ପାର୍ଶ୍ଵସ୍ଥିତ ଜମିରେ ବିଶ୍ବଶାନ୍ତି ପଞ୍ଚ ମହାଯଜ୍ଞ ଆୟୋଜନ ନିମନ୍ତେ ବୁଧବାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଭୂମି ପୂଜା କରାଯିବା ସହ ସଂସ୍କାର ବିଧି ଓ ବୀଜ ବପନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏଥିରେ କୃଷ୍ଣଚନ୍ଦ୍ର ଦାଶ, ଶିବ ପ୍ରସାଦ ସାହୁ, ତୁଷାର ବେହେରାଙ୍କ ସମେତ ଶିଶୁମନ୍ଦିରର ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।ଏହି ପଞ୍ଚ ମହାଯଜ୍ଞ ବିଶ୍ବ କଲ୍ଯାଣ ସାଧନା ସମିତିର ପ୍ରତିଷ୍ଠାତା ଯୋଗୀ ଶ୍ରୀ ଚୈତନ୍ୟ ରାମଜୀଙ୍କ ପ୍ରତ୍ଯକ୍ଷ୍ଯ ତତ୍ତ୍ୱାବଧାନରେ ଆସନ୍ତା ନଭେମ୍ବର ୧ ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଅଯୋଧ୍ୟା ସମେତ ବିଭିନ୍ନ ଅଞ୍ଚଳର ବହୁ ସାଧୁସନ୍ଥ ଯୋଗ ଦେବେ ବୋଲି ଜଣାପଡିଛି।


