ବିଶ୍ବ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ସୂର୍ଯ୍ୟ ମନ୍ଦିର ପାଦ ଦେଶରେ ମୋଦିଜୀଙ୍କ ମନ କି ବାତ କାର୍ଯ୍ୟକ୍ରମ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପରିସରରେ ଭାରତ ବର୍ଷର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକିବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ବିଶ୍ବ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ବ୍ଯତୀତ ଦେଶର ୧୩ଗୋଟି ଐତିହ୍ୟ ସ୍ଥଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଏକ ସାଂଗରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ବ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିରର ପାଦଦେଶରେ ଅନୁଷ୍ଠିତ ଏହି ମନ କି ବାତ କାର୍ଯ୍ୟକ୍ରମକୁ ଟର୍ଚ୍ଚ ଲାଇଟ ଦେଖାଇ ପର୍ଯ୍ୟଟକ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ନେହେରୁ ଯୁବ କେନ୍ଦ୍ର ର ଯୁବ ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାଚୀନ ସମୟର ଶାସନ ପଦ୍ଧତି, ସାମ୍ପ୍ରତିକ ସମୟର ଶାସନ ପଦ୍ଧତି, ସ୍ବଚ୍ଛତା, ଲୋକାଭିମୁଖୀ ଶାସନ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ମନ୍ଦିର ଗାତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ମାନ ପଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ପୁରୀ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟର ଏନସିସି, ସ୍କାଉଟ, ଗାଇଡ ଛାତ୍ର ଛାତ୍ରୀ, ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ଯାପୀଠର ନାଭାଲ ୟୁନିଟ, ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକ ଓ ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ସମେତ ୮୦୦ରୁ ଉର୍ଦ୍ଧ୍ବ ଯୁବ ଛାତ୍ର ଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ମତ ବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ୭ଘ ୩୦ମିନିଟ ସମୟରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୧୦୦ତମ ମନକିବାତ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଦେଶ ପ୍ରଗତିର ଚିତ୍ର ଓ ତାହାର ସଫଳତା ବିଷୟରେ ଉଲ୍ଲେଖନୀୟ କାର୍ଯ୍ୟାବଳୀ ସ୍ଥାନିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଛାତ୍ର ଛାତ୍ରୀ, ପର୍ଯ୍ୟଟକ ଓ ସ୍ବେଚ୍ଛାସେବୀ ମାନେ ମନଭରି ଉପଭୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ଏଏସଆଇ କର୍ତୃପକ୍ଷଙ୍କ ସମେତ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀ ମାନେ ଉପସ୍ଥିତ ଥିଲେ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ