ବିଶ୍ବ କଇଁଛ ଦିବସ ଜିଲ୍ଲା ସ୍ତରରେ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗୋପାଳପୁର ଟାଟାଷ୍ଟିଲ ପକ୍ଷରୁ ଜିଲ୍ଲା ସ୍ତରରେ ବିଶ୍ବ କଇଁଛ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ୨୦୦୦ ମସିହାରେ ଆମେରିକାର କଇଁଛ ଉଦ୍ଧାର (ଏଟିଆର୍) ଦ୍ବାରା ଆରମ୍ଭ ହୋଇଥିବା ଏହି ଦିବସ ଆଜି ସମଗ୍ର ବିଶ୍ବରେ ପାଳିତ ହୋଇ ଆସୁଛି । କଇଛ ମାନଙ୍କ ସୁରକ୍ଷା ତଥା ପୁନଃ ଥଇଥାନ ପାଇଁ ସଚେତନତା ଜାଗ୍ରତ କରିବା ସହିତ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କ ଜୀବନ ଜୀବୀକାକୁ ପ୍ରାଥମିକତା ଦିଆଯାଇ ପାରିବ । ସେହି ଲକ୍ଷ୍ୟ ନେଇ ଏହି ଦିବସ ପାଳିତ ହୋଇ ଆସୁଅଛି । “ଚଳିତ ବର୍ଷ କଇଁଛ :ମହାସାଗରର ଅଭିଭାବକ“ ବିଷୟବସ୍ତୁ ରଖାଯାଇଛି । ଗୋପାଳପୁର ଟାଟାଷ୍ଟିଲ ମୁଖ୍ୟ ରକି ମାର୍ଟିନ୍ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଗୋପାଳପୁର ଆର୍ମି ଏ.ଡି. କଲେଜର ଲେଫ୍ଟନାଣ୍ଟ ଜେନେରାଲ ୟୁ ବି ତଲଓ୍ବାର ଯୋଗ ଦେଇ ପ୍ରତିରକ୍ଷା ବାହିନୀ ଦେଶକୁ ସୁରକ୍ଷା ଦେବା ପାଇଁ ଜାଗ୍ରତ ଥିବା ବେଳେ ଗୋଖରକୁଦା, ପୋଡମପେଟା, ପୁରୁଣା ବନ୍ଧ, କଣ୍ଟିଆଗଡ, ପାଳିବନ୍ଧ ପ୍ରଭୃତି ଅଞ୍ଚଳରେ ଗ୍ରାମବାସୀଗଣ ଜୀବ ମାନଙ୍କୁ ସୁରକ୍ଷା ଦେଉଥିବା ଯୋଗୁଁ ସେମାନେ ବିଶ୍ବ ସମୁହର ସୁରକ୍ଷା ଦେଉଥିବା ଜଣାଇ ଖୁସି ପ୍ରକାଶ କରିଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତ୍ତି ଭାସନ୍ ଭି. ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଜଣାଇଥିଲେଯେ, ଋଷିକୂଲ୍ୟା ମୁହାଣର ଅଞ୍ଚଳବାସୀତଥା ମତ୍ସ୍ୟଜୀବୀ ମାନଙ୍କ ସହଯୋଗରେ କିଭଳି ବିରଳ ପ୍ରଜାତିର କଇଁଛ ସୁରକ୍ଷିତ ହୋଇ ପାରିବ । ଗଞ୍ଜାମ ଜିଲ୍ଲାରେ ରହିଥିବା ମୟୁର, କୃଷ୍ଣସାର ମୃଗ, ବିରଳ କଇଁଛ ପ୍ରଭୃତି ଜୀବଜନ୍ତୁର ସୁରକ୍ଷା ଦିଗରେ ସ୍ଥାନୀୟ ବାସୀଙ୍କର ଅହରହ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋକ୍କର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅଞ୍ଚଳବାସୀଙ୍କ ସହଯୋଗ, ଜିଲ୍ଲା ପ୍ରଶାସନ କୋଷ୍ଟଗାର୍ଡ, ପ୍ରତିରକ୍ଷା ବାହୀନୀ ପ୍ରମୁଖଙ୍କ ଭୂମିକା ପ୍ରଶଂସାକରି ଟାଟାଷ୍ଟିଲ ର ଏଭଳି ସଚେତନତା କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ । କୋଷ୍ଟଗାର୍ଡ କମାଣ୍ଡାଣ୍ଟ ପ୍ରତାପ ମୋହନ, ଆର୍ମି କର୍ଣ୍ଣେଲ ମାନସ ଖାଡଙ୍ଗା, ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ବୈଜ୍ଞାନିକ ଡଃ ଅନୀଲ ମହାପାତ୍ର, ଖଲ୍ଲିକୋଟ ରେଂଜ ଅଧିକାରୀ ସିଦ୍ଧାର୍ଥ ଶଂକର ସାହୁ, ଇକୋ କ୍ଲବ୍ ଜିଲ୍ଲା ସଂଯୋଜକ ଡଃ ଶଙ୍କର ନାରାୟଣ ଦେବ, ଅବୈତନିକ ବଣ୍ୟପ୍ରାଣୀ ତତ୍ତ୍ବାବଧାରକ ରବୀନ୍ଦ୍ର ନାଥ ସାହୁ, ଟାଟା ଷ୍ଟିଲର ଅଧିକାରୀବୃନ୍ଦ ଉପସ୍ଥିତ ରହି ନିଜନିଜ ବକ୍ତବ୍ୟରେ ପ୍ରାଣୀ ଜଗତର ସୁରକ୍ଷା ସମ୍ପର୍କରେ ଆଲୋକପାତ କରାଇଥିଲେ ।କଇଁଛ ସୁରକ୍ଷା ଦିଗରେ ଯେଉଁ ମାନେ ୪୫ ଦିନ ବ୍ୟାପୀ ସହଯୋଗ କରିଥିଲେ ସେହି ଗ୍ରାମାଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ଯଥା-କୁମାରୀ ବେହେରା,ବୁଦ୍ଧିଆ ବେହେରା,ଭାଇଗ ବେହେରା, ସୁରୁଖା ବେହେରା, କ୍ରିଷ୍ଣା ରାଓ, ଏନ୍. ଗଣେଶ, ଶ୍ରୀମତୀ ସଂଜୁକ୍ତା ପ୍ରଧାନ ସରପଞ୍ଚ, ପାଳିବନ୍ଧ ଗ୍ରାମ ପଞ୍ଚାୟତ, ରବନ୍ଦ୍ର ନାଥ ସାହୁ, ମାଗତା ବେହେରା,ଗ୍ରାମମୁଖ୍ୟ ପୁରୁଣା ବନ୍ଧ, ଡବ୍ଲ୍ୟୁ କେଦାର, ଗ୍ରାମ ମୁଖ୍ୟ, ଗୋଖରକୁଦା, ସିଏଚ୍ ସାଟାୟା,ଗ୍ରାମ ମୁଖ୍ୟ ପୋଡମ୍ ପେଟା, ପବିତ୍ର ସ୍ବାଇଁ, ଗ୍ରାମମୁଖ୍ୟ କଣ୍ଟିଆଗଡଙ୍କୁ ପୁରସ୍କାର ଓ ଉପଢୌକନ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ