ବିଶ୍ବ କରୋନା ଆକ୍ରାନ୍ତଙ୍କ ସ୍ଥିତି : ୭୯ ଲକ୍ଷ ଟପିଲା

ୱାଶିଂଟନ: ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍ବବେଗଜନକ ଭାବେ ବୃଦ୍ଧିପାଇଛି। ସମ୍ପ୍ରତି ଏହି ସଂଖ୍ୟା ୭୯.୩୧ ଲକ୍ଷ ପାର କରିଛି। ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ୪.୩୩ ଲକ୍ଷ ଟପି ଯାଇଛି। ୱାର୍ଲ୍ଡୋମିଟର ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୩୧ ହଜାର ୧୬୫ରେ ପହଞ୍ଚିଛି। ସେହିପରି ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ି ୪ ଲକ୍ଷ ୩୩ ହଜାର ୬୫୫ ହୋଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଲକ୍ଷ ୭୬ ହଜାର ୭୯୯ ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ମାତ୍ର ୩୪ ଲକ୍ଷ ୨୦ ହଜାର ୬୭୧ ଜଣ ଏବେ ବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ଲକ୍ଷ ୬୬ ହଜାର ୬୩୦ ଜଣଙ୍କ ଅବସ୍ଥା ଭଲ ରହିଥିଲା ବେଳେ ୫୪ ହଜାର ୪୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ଟପିଛି। ୱାର୍ଲ୍ଡୋମିଟର ତଥ୍ୟ ଅନୁସାରେ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୫୧ ହଜାର ୭୨୭ରେ ପହଞ୍ଚିଥିଲା ବେଳେ ୧ ଲକ୍ଷ ୧୭ ହଜାର ୬୪୯ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ବ୍ରାଜିଲରେ ୮ ଲକ୍ଷ ୩୧ ହଜାର ୫୨ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୪୨ ହଜାର ୮୩୭ ଜଣ ପ୍ରାଣ ହରାଇଛନ୍ତି। ସେହିପରି ରୁଷିଆରେ ୫ ଲକ୍ଷ ୨୮ ହଜାର ୯୬୪ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୬ହଜାର ୯୪୮ରେ ପହଞ୍ଚିଛି।
ସେହିପରି ଆକ୍ରାନ୍ତ ତାଲିକାରେ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଥିବା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩.୩୨ ଲକ୍ଷ ପାର କରିଛି। ୱାର୍ଲ୍ଡୋମିଟର ତଥ୍ୟ ଅନୁସାରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୭୫ ହୋଇଥିଲା ବେଳେ ୯ ହଜାର ୫୦୨ ଜଣ ପ୍ରାଣ ହରାଇଛନ୍ତି। ବ୍ରିଟେନରେ ୨ ଲକ୍ଷ ୯୫ ହଜାର ୮୮୯ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୪୧ ହଜାର ୬୯୮ ଜଣ ପ୍ରାଣ ହରାଇଛନ୍ତି। ସ୍ପେନରେ ୨ ଲକ୍ଷ ୯୦ ହଜାର ୬୮୫ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୨୭ ହଜାର ୧୩୬ ଜଣ ପ୍ରାଣ ହରାଇଛନ୍ତି। ଇଟାଲୀରେ ୨ ଲକ୍ଷ ୩୬ ହଜାର ୯୮୯ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୩୪ ହଜାର ୩୪୫ ଜଣ ପ୍ରାଣ ହରାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ