ବିଶ୍ବ ରକ୍ତଦାତା ଦିବସ ପାଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବାଘଶଳା ଗ୍ରାମରେ ଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ବିଶ୍ଵ ରକ୍ତଦାତା ଦିବସ ପାଳନ କରାଯାଇଥିଲା। ଏଥିରେ ବାଘଶଳା, ବାପୁଜୀପେଣ୍ଠ, ଯୁବରାଜପୁର, କାମଧେନୁ ସହ ଆଖପାଖ ଗ୍ରାମର ଗ୍ରାମବାସୀ ବିଶେଷକରି ଯୁବଗୋଷ୍ଠୀ ଅଂଶଗ୍ରହଣ କରିଥିଲେ I ଆୟୁଷ ମେଡିକାଲ ଅଫିସର ଡା.ରଜତ କୁମାର ସେଠୀ, ଏଏନ୍ ଏମ୍ ଜେନା ନାୟକ, କେ. ଉଷାରାଣୀ ଫାର୍ମାସିଷ୍ଟ ସରସ୍ବତୀ ଯୋଗ ଦେଇ ବିଶ୍ବ ରକ୍ତଦାତା ଦିବସର ଲକ୍ଷ୍ୟ ଆଦି ସମ୍ପର୍କରେ ଆଲୋଚନା କରିଥିଲେ I କେଉଁ ବ୍ୟକ୍ତି ରକ୍ତ ଦେଇପାରିବେ ଏବଂ ରକ୍ତ ଦେଇ ପାରିବେନି ସେନେଇ ବିସ୍ତୃତ ଭାବେ କୁହାଯାଇଥିଲା I ରକ୍ତଦାତାଙ୍କୁ ୧୮ରୁ ୬୫ ବୟ ବୟସ ହୋଇଥିବ, ରକ୍ତ ଚାପ ୧୨୦/୮୦ ରହିବା, ହିମୋଗ୍ଲୋବିନ୍ ୧୨.୫ରୁ ଅଧୂକା ରହିଥିବ, ଏଚ୍ଆଇଭି, କ୍ରୋନିକ୍ ରୋଗ ନ ଥୁବ ଓ ଶରୀର ତାପମାନ ସନ୍ତୁଳିତ ରହିଥବା ବ୍ୟକ୍ତିବିଶେଷ ରକ୍ତଦାନ କରିପାରିବେ ବୋଲି ଆଲୋଚନା ହୋଇଥିଲା I ଜଣେ ରକ୍ତଦାତାଙ୍କ ରକ୍ତ ଦାନ ଦାନରେ ଅନ୍ୟ ଜଣକର ଅମୂଲ୍ୟ ଜୀବନ ରକ୍ଷା କରାଯାଇ ରାଯାଇପାରିବ । ତେଣୁ ବିଶେଷ କରି ଯୁବଗୋ ଗୋଷ୍ଠୀ ରକ୍ତ ଦାନ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ବାଘଶଳା ଗ୍ରାମର ଯୁବ ସମାଜ ସମାଜସେବୀ ଚନ୍ଦ୍ର ଶେଖର ପ୍ରଧାନ । ଏହି ଏହି ଅବସରରେ କହିଥିଲେ I ଏହି ଦିବସ ପାଳନ ଅବସର ସରରେ ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ବହୁ ସଂଖ୍ୟକ ଯୁବ ଗୋଷ୍ଠୀ ସ୍ବଇଚ୍ଛାରେ ଆଗାମୀ ଦିନ ନିନରେ ରକ୍ତ ଦାନ କରିବା ପାଇଁ ସମ୍ମତି ପ୍ରକାଶ ପ୍ରକାଶ କରିବା ସହ ପଞ୍ଜୀକରଣ କରାଇଥିଲେ। ଶେଷରେ ଡା. ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ.