ବିଶ୍ବ ର ସବୁଠାରୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି

ଦେଶରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ଶେଷ ହୋଇ ବାକି ୬ଟି ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବଡ଼ ସଫଳତା ମିଳିଛି। ସୋଶାଲ ମିଡ଼ିଆ ଫେସବୁକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହୋଇଛନ୍ତି। ଅନେକ ନେତା ନିଜକୁ ସୋଶାଲ ମିଡ଼ିଆ ଫେସବୁକରେ ଅଧିକ ଯୋଡ଼ି ହେବା ପାଇଁ ଦେୟଯୁକ୍ତ ସେବାକୁ ଗ୍ରହଣ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ବିନା ଦେୟଯୁକ୍ତ ସେବାରେ ଏହି ଲାଇକ୍ସ ଏବଂ ଫଲୋଅର ପାଇଛନ୍ତି ବୋଲି ଜଣାପଡ଼ିଛି।

ନିଜ ବ୍ୟକ୍ତିଗତ ପେଜରେ ନରେନ୍ଦ୍ର ମୋଦିଙ୍କୁ ୪୩.୫ ମିଲିୟନ ଲାଇକ୍ସ ମିଳିଥିବାବେଳେ ଅଫିସିଆଲ ଆକାଉଣ୍ଟରେ ୧୩.୭ ମିଲିୟନ ଲାଇକ୍ସ ମିଳିଛି। ଦ୍ବିତୀୟରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ୨୩ ମିଲିୟନ ଲାଇକ୍ସ ଟ୍ରମ୍ପଙ୍କୁ ମିଳିଥିବା ୨୦୧୯ ଫେସବୁକ ୱାର୍ଲଡ ଲିଡର ଏହି ରିପୋର୍ଟ ପ୍ରକାଶ କରିଛି।ତେବେ ବ୍ରାଜିଲର ଜେର ବୋଲଶୋନାରୋ ଜାନୁଆରୀ ୧ରେ ନୂଆ ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ସବୁଠୁ ଅଧିକ ଲୋକ ତାଙ୍କ ଆକାଉଣ୍ଚର ପୋଷ୍ଟ ବାବଦରେ ଚର୍ଚ୍ଚା କରୁଥିବା ଜଣାପଡ଼ିଛି। ୧୪୫ ମିଲିୟନ ଫେସବୁକ ଆକାଉଣ୍ଟଧାରୀ ତାଙ୍କ ପୋଷ୍ଟ ବାବଦରେ ଆଲୋଚନା କରୁଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଫେସବୁକ ପୋଷ୍ଟ ବାବଦରେ ୮୪ ମିଲିୟନ ଲୋକ ଆଲୋଚନା କରୁଥିବା ଜଣାପଡ଼ିଛି।ତେବେ ଫେସବୁକରେ ନିଜ ନିଜର ଆକାଉଣ୍ଟରେ ଅଧିକ ସଂଯୋଗ କରିବା ପାଇଁ ବିଭିନ୍ନ ଦେୟଯୁକ୍ତ ସେବା ବିଶ୍ବର ଅନେକ ଲୋକପ୍ରିୟ ନେତା ବ୍ୟବହାର କରୁଛନ୍ତି। ମାର୍ଚ୍ଚ ୨୦୧୯ ସୁଦ୍ଧା ୫୦ଟି ପେଜ୍ ବିଜ୍ଞାପନରେ ଥିବା ଫେସବୁକ ଆର୍ଡ ଲାଇବ୍ରେରୀ ପ୍ରକାଶ କରିଛି।

ଟ୍ରମ୍ପଙ୍କ ଫେସବୁକ ପେଜକୁ ପ୍ରମୋଟ କରିବା ପାଇଁ ୫୦ ହଜାର ଥର ବିଜ୍ଞାପନରେ ବ୍ୟବହାର କରାଯାଇଛି। ସେହିପରି ବ୍ରିଟେନର ପ୍ରଧାନମନ୍ତ୍ରୀ ଥେରେଶା ମେ ୭୪ଟି ବିଜ୍ଞାପନ ଡିସେମ୍ବର ୨୦୧୮ ସୁଦ୍ଧା ବ୍ୟବହାର କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ