ବିଶ୍ବ ହସ୍ତୀ ଦିବସରେ ସଚେତନତା ସଭା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଆଡପଡା ପଞ୍ଚାୟତ ମାଣିକେଶ୍ଵରୀ ବିଦ୍ୟାଳୟ ପରିସରରେ ବିଶ୍ବ ହସ୍ତୀ ଦିବସ ପାଳିତ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଆଡ଼ପଡ଼ା ସରପଞ୍ଚ ଶର୍ମିଷ୍ଠା ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପ୍ରଧାନଶିକ୍ଷକ ତ୍ରିନାଥ ସାହୁ ସଭାପତିତ୍ବ କରିଥିଲେ । ଏହି ପରିପ୍ରେକ୍ଷୀରେ ଜଙ୍ଗଲ ରୁ ବନ୍ୟଜନ୍ତୁ ଲୋପ ପାଇବାକୁ ବସିଲାଣି । ତେଣୁ ଏହାର ସଂରକ୍ଷଣ କିପରି କରାଯାଇପାରିବ ଏବଂ ହାତୀ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରକୃତି ମିତ୍ର ପୁରସ୍କାର ବିତରଣ ବିତ୍ ବନମାଳୀ ପ୍ରଧାନ, ପ୍ରକୃତି ପ୍ରେମୀ ସନ୍ତୋଷ କୁମାର ଚର୍ଚ୍ଚୀ, ଶିକ୍ଷକ ଅରୁଣ କୁମାର ରାଉତ, ରାଘବ ରାଉତ, ଅଶୋକ କୁମାର ସାହୁ, ପ୍ରଦୀପ କୁମାର ପଟ୍ଟନାୟକ, ଫରେଷ୍ଟର ଅରୁଣ ଦାସ, ବନରକ୍ଷୀ ଭାରତୀ ବେହେରା ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ