ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ, ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ସ୍ମାରକ ପତ୍ର ପ୍ରଦାନ
କୋଦଳା, (ଗୁଲସନ କୁମାର କର):ସମ୍ବଲପୁର ଠାରେ ଗତ ୧୪ ତାରିଖରେ ହିନ୍ଦୁ ଭାଈ ମାନେ ହନୁମାନ ଜୟନ୍ତୀ ଉପଲକ୍ଷେ ଏକ ବିଶାଳ ରାଲି କରୁଥିବା ବେଳେ ମୁସଲମାନ ସମ୍ପ୍ରଦାୟ ଅଚାନକ ଆକ୍ରମଣ କରିଥିଲେ, ଯଦ୍ୱାରା ବହୁ ସଂଖ୍ୟକ ହିନ୍ଦୁ ଆହତ ହେବା ସହ ମୃତ୍ୟୁ ବରଣ କରିଥିଲେ। ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୋଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି ବ୍ୟାପକ ମାତ୍ରାରେ ଦୋକାନ ବଜାର, ଯାନବାହନ, ସରକାରୀ ଓ ବେସରକାରୀ ସଂପତି ପୋଡି ଦିଆଯାଇଥିବା ଅଭିଯୋଗରେ ଏହାର ପ୍ରତିବାଦରେ ଆଜି ବେଗୁନିଆପଡ଼ା ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନିରୀହ ହିନ୍ଦୁ ଭାଇ ମାନଙ୍କୁ ଜେଲରୁ ମୁକ୍ତ କରିବା ସହ ସମ୍ପୃକ୍ତ ମୁସଲମାନ ମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଏକ ହିନ୍ଦୁ ସଂଙ୍ଗଠନ ତରଫରୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଏନେଇ ଏକ ପ୍ରତିବାଦ ଶୋଭାଯାତ୍ରା ବେଗୁନିଆପଡ଼ା ପରିକ୍ରମା କରି ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ କଂ ଜରିଆରେ ଓଡ଼ଶାର ମାନ୍ଯବର ରାଜ୍ୟପାଳଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଜଣାପଡିଛି।