ବିଶ୍ଵକର୍ମା ମନ୍ଦିର ଉନ୍ନୟନ କମିଟି କର୍ମକର୍ତ୍ତା ମନୋନୀତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ବାରାହୀ ପାହାଡ ପାଦଦେଶରେ ଅବସ୍ଥିତ ବିଶ୍ଵକର୍ମା ମନ୍ଦିର ଉନ୍ନତି ସକାଶେ ରବିବାର ପୂର୍ବଖଣ୍ଡ ତାଲୁକା ବିଶ୍ଵକର୍ମା ବଢେଇ କୂଳ ସଭାପତି ସନ୍ତୋଷ ମହାରଣାଙ୍କ ତତ୍ତ୍ଵାବଧାନରେ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ଉନ୍ନତି ସକାଶେ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା। ମନ୍ଦିର ଉନ୍ନୟନ କାର୍ଯ୍ୟ ସକାଶେ ଏକ କମିଟି ଗଠନ ସକାଶେ ବୈଠକରେ ମତପ୍ରକାଶ ପାଇଥିଲା। ସର୍ବସମ୍ମତିକ୍ରମେ ସଭାପତି ଭାବେ ବାବାନାଥ ମହାରଣା, ଉପସଭାପତି ଭାବେ ଦୁର୍ଯ୍ୟୋଧନ ମହାରଣା ଓ ରାମଚନ୍ଦ୍ର ମହାରଣା, ସାଙ୍ଗଠନିକ ସମ୍ପାଦକ ଭାବେ ପ୍ରଦୀପ କୁମାର ମହାରଣା, ସାଧାରଣ ସମ୍ପାଦକ ଭାବେ କେଶବ ମହାରଣା, ସମ୍ପାଦକ ଭାବେ ନିଳାଞ୍ଚଳ ମହାରଣା, କୋଷାଧ୍ୟକ୍ଷ ଭାବେ ସଚ୍ଚିଦାନନ୍ଦ ମହାରଣା ଓ ଉପଦେଷ୍ଟା ମଣ୍ଡଳୀ ଭାବେ ପୁର୍ଣ୍ଣଚନ୍ଦ୍ର ମହାରଣା, ତାରାପ୍ରସାଦ ମହାରଣା, ନିରଞ୍ଜନ ମହାରଣା ଓ ସିମାଞ୍ଚଳ ମହାରଣାଙ୍କୁ ମନୋନୀତ କରାଯାଇଥିଲା। ଆୟୋଜିତ ବୈଠକରେ ପୂର୍ବଖଣ୍ଡ ତାଲୁକା ବିଶ୍ଵକର୍ମା ବଢେଇ କୂଳ ସମାଜର କୂଳ ଭାଇ ମାନେ ଉପସ୍ଥିତ ଥିଲେ।