ବିଶ୍ଵକର୍ମା ମହାସଭା ସଂଗଠନ
ଜଟଣୀ,(ୱା ଏନ ଏସ):ବିଶ୍ଵକର୍ମା ମହାସଭା ସଂଗଠନ ଖୋର୍ଦ୍ଧା ଜିଲ୍ଲା ଆନୁକୁଲ୍ୟରେ ମା ବରୁଣାଇ ଖୋର୍ଦ୍ଧାଙ୍କ ପୀଠରେ ରବିବାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସାଧାରଣ ଅଧିବେସନରେ ଜିଲ୍ଲା ସଭାପତି ଡ. ଗୌତମ ମହାରଣାଙ୍କ ସଭାପତିତ୍ବରେ ସାଧାରଣ ସମ୍ପାଦକ ହାଡିବନ୍ଧୁ ମହାରଣା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବି ମହାରଣା ଉପ ସଭାପତି ନାରାୟଣ ମହାରଣା, ଟାଙ୍ଗୀ ବ୍ଲକ ସଭାପତି ସୁବାସ ମହାରଣା, ସୋରନ ସଭାପତି ଯୋଗୀ ମହାରଣା, ଉପଦେଷ୍ଟା ସଞ୍ଜୟ ମହାରଣା, ବେଗୁନିଆ ବ୍ଲକ ସଭାପତି ରାହୁଲ ମହାରଣା, ଖୋର୍ଦ୍ଧା ବ୍ଲକ ସଭାପତି ପ୍ରସନ୍ନ ମହାରଣା, ସଂଗଠନ କୋଷାଧ୍ୟକ୍ଷ ବିରଞ୍ଚି ମହାରଣା, ନଟବର ମହାରଣା, ସଞ୍ଜୟ ମହାରଣା,ମୋଟା ର ଲକ୍ଷ୍ମୀଧର ମହାରଣା, ସୁବାସ ମହାରଣା,କାମଦେବ ମହାରଣା, ରାମ ଚନ୍ଦ୍ର ମହାପାତ୍ର, ମିତୁ ମହାରଣା ଓଗେର ଶତାଧିକ ବିଶ୍ଵକର୍ମା ସଭ୍ୟ ଉପସ୍ଥିତ ରହି ସଂଗଠନର ବିସ୍ତାର ଓ ସୁଦୃଢ଼ୀକରଣ ଉଦ୍ଦେଶ୍ୟରେ ନିଜ ନିଜର ମନ୍ତବ୍ୟ ଦେଇ ଥିଲେ।ସଭ୍ୟମାନେ କିପରି ସରକାରୀ ଅନୁଦାନ, ସାହାଯ୍ୟ ପାଇପାରିବେ ସେ ବିଷୟରେ ବିସ୍ତାର ଭାବରେ ଆଲୋଚନା କରାଗଲା।ସଭାପତି ନିଜ ବକ୍ତବ୍ୟରେ କହିଥିଲେ କି ଯାହା କି ସମାଜର ସମସ୍ୟା ଅଛି ତାହାର ଏକ ଲିଖିତ ଜ୍ଞାପନ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ନିକଟ ଭବିଷ୍ୟତରେ ପ୍ରଦାନ କରାଯିବ। ଶେଷରେ ସୁବାସ ମହାରଣା ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।


