ବିଶ୍ଵତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ ଯାପିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅନ୍ତର୍ଗତ ବିଶ୍ଵତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ବରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମା ବିଶ୍ବ ତାରିଣୀ ମନ୍ଦିରରୁ ମଶାଲ ଅଣାଯାଇ ବଜାର ପରିକ୍ରମା କରିବା ପରେ ଆନୁଷ୍ଠାନିକ ଭାବେ ଉଦଘାଟନ କରଯାଇଥିଲା। ତିନିଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତାରେ ଛାତ୍ରି ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ତର୍କ, କୁଇଜ’ ନୃତ୍ୟଗୀତ, ଦୌଡ଼, ଉଚ୍ଚଡ଼ିଆଁ, ଲମ୍ବ ଡ଼ିଆଁ, ଡିସକସ ଥ୍ରୋ, ଭଲିବଲ, ରଙ୍ଗୋଲୀ ଆଦି ଅନେକ ପ୍ରକାରର କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଦ୍ୟାଳୟର ଅଧ୍ୟାପିକା ଆଳତି ଦାଶ, ପଲ୍ଲୀଶ୍ରୀ ପାଇକରାୟ, ଶୁଭସ୍ମିତା ପଳିତା, ଶୁଭଶ୍ରୀ ରାଉତ, ସ୍ଵର୍ଣ୍ଣମଞ୍ଜରୀ ପଣ୍ଡା, ସୁମିତ୍ରା ବେହେରା, ଅଧ୍ୟାପକ ବିଶ୍ଵଜିତ ରାଉତ ଏବଂ କ୍ରୀଡା ଶିକ୍ଷୟତ୍ରୀ ସୁରଭି ଦାସ ଉପସ୍ଥିତ ରହି କ୍ରୀଡା କାର୍ଯ୍ୟକ୍ରମଗୁଡିକୁ ସୁରୁଖୁରୁରେ ପରିଚାଳନା କରାଇଥିଲେ l ବୁଲି ରାଉତ, ଭାରତୀ ଜେନା, ଦେବେନ୍ଦ୍ର ନାଥ ସା, ଅନାଦି ଜେନା, ରମାମଣୀ ପଳତା ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ