ବିଶ୍ଵବିଦ୍ୟାଳୟରେ ଏନଏସଏସ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଚେୟାରମେନ ପ୍ରଫେସର ହେମନ୍ତ କୁମାର ସାହୁ, ଏବଂ ରେଜିଷ୍ଟ୍ରେର ସୁମିତା ସିଂଙ୍କ ମାର୍ଗଦର୍ଶନରେ ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ଆଜି ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି. ଏହି ଅବସର ରେ ଏକ ସଚେତନତା ଶୋଭାଯାତ୍ରା ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ତକତପୁର ଛକ ନିକଟରେ ଶେଷ ହୋଇଥିଲା. ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ, ଏମସିଏମ କଲେଜ, ଶ୍ରୀମା ମହାବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟରୁ ଆସିଥିବା କାର୍ଯ୍ୟକ୍ରମ ଅଧିକାରୀଙ୍କ ସମେତ ସ୍ବେଚ୍ଛାସେବୀ ମାନେ ତକତପୁର ଛକ ନିକଟରେ ହେଲମେଟ ପିନ୍ଧିଥିବା ଏବଂ ସିଟବେଲ୍ଟ ବ୍ୟବହାର କରୁଥିବା ଗାଡି ଚାଳକ ମାନଙ୍କୁ ଚକୋଲେଟ ବିତରଣ କରିବା ଆଇନ ଉଲଂଘନ କରୁଥିବା ଚାଳକ ମାନଙ୍କୁ ସଡ଼କ ଦୁର୍ଘଟଣା ଜନିତ କ୍ଷତି ସମ୍ପର୍କରେ ବୁଝାଇଥିଲେ. ଏହି ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ଆଲୋଚନାଚକ୍ରରେ ମୋଟର ଯାନ ଯାଞ୍ଚ ନିରୀକ୍ଷକ ଶାଲଖୁ ମୁର୍ମୁ, ଜାତୀୟ ସେବା ଯୋଜନାର ସଂଯୋଜକ ଡଃ ବସନ୍ତ କୁମାର ମହାନ୍ତ ଯୋଗଦେଇ ସମସ୍ତଙ୍କୁ ଟ୍ରାଫିକ ନିୟମ, ସଂକେତ ଓ ସଡ଼କ ସୁରକ୍ଷା ବିଷୟରେ ସଚେତନତା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଅନାମ ଚରଣ ରାଉଳ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରିୟବ୍ରତ ବେହେରା, ଏମସିଏମ କଲେଜର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ମୀରା ସେନାପତି, ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ସହଯୋଗୀ ସହାୟକ ଅଧିକାରୀ ଅଜୟ କୁମାର ବଳ, ଦେବେନ୍ଦ୍ର କୁମାର ପତି, ରାମଚନ୍ଦ୍ର ବାସ୍କେ ଯୋଗଦେଇଥିବା ବେଳେ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ ବିଷ୍ଣୁ ପ୍ରିୟା ହାଁସଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଶେଷରେ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଯମୁନା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ.

 
             
						 
						 
						 
						 
						 
						
