ବିଶ୍ଵାସ ଘାତକତା ଦିବସ ପାଳନ
ଜଗତସିଂହପୁର (ଅନସୂୟା ରାଉତ) :-କେନ୍ଦ୍ର ସରକାର ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବର୍ଷ ବ୍ୟାପି ଚାଲିଥିବା ଚାଷୀ ଆନ୍ଦୋଳନ କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ମାତ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଯୋଗୁଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହୂତ ୩୧ ଜାନୁଆରୀ ବିଶ୍ଵାସ ଘାତକତା ଏ ଆଇ କେ କେ ଏମ ଏସ ଅଲ ଇଣ୍ଡିଆ କିଷାନ ଖେତ ମଜଦୁର ସଂଗଠନ ବାଲିକୁଦା ବ୍ଲକ କମିଟି ପକ୍ଷରୁ ସ୍ଥାନୀୟ ସଂଗ୍ରାମପୁର ଗ୍ରାମ ପଞ୍ଚାୟତ ରେ ପାଳିତ ହୋଇଛି । ବ୍ଲକ କମିଟି ସଂପାଦକ ଆର୍ତ୍ତ ଦାସ ଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଗଠକ ମହେଶ୍ୱର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଶ୍ଵାସ ଘାତକତା ସଂପର୍କରେ ଆଲୋଚନା କରିଥିଲେ । ଆନ୍ଦୋଳନ ରେ ଶହିଦ ୭୦୦ରୁ ଉର୍ଦ୍ଧ୍ବ ଚାଷୀ ଙ୍କ ପରିବାର କ୍ଷତିପୂରଣ ପ୍ରଦାନ,ଏମ ଏସ ପି କୁ ଆଇନ୍ ସମ୍ମତ କରିବା, ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ରେ ଗାଡି ଚଢାଇ ଚାଷୀ ମାନଙ୍କୁ ହତ୍ୟା କରିଥିବା ମନ୍ତ୍ରୀ କୁ ବହିଷ୍କାର କରିବା, ବିଦ୍ୟୁତ ବିଲ୍ ୨୦୨୧କୁ ବାତିଲ କରିବା ପାଇଁ ଦେଇ ଥିବା ପ୍ରତିଶ୍ରୁତି ପାଳନ କରିନଥିବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ରଘୁନାଥ ଦାସ, ଗ୍ୟାନରଞନ ଦାସ ଓ ଅନ୍ୟ ସମର୍ଥକମାନେ ଉପସ୍ଥିତ ଥିଲେ ।