ବିଶ୍ଵ କ୍ୟାନ୍ସର ଦିବସ ପାଳିତ
ଚୌଦ୍ୱାର,( ଦୀପକ୍ କୁମାର ବେଉରା): କଟକ ଜିଲ୍ଲାର ଗ୍ରାମାଞ୍ଚଳ ନୂଆପାଟଣାଠାରେ ଅବସ୍ଥିତ କାର୍ଷିନୋଭା କ୍ୟାନ୍ସର ହସ୍ପିଟାଲ ରେ ଆଜି ବିଶ୍ୱ କ୍ୟାନସର ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମେଡ଼ିକାଲ ଡାଇରେକ୍ଟର ଡାକ୍ତର କ୍ଷିତିଶ ଚନ୍ଦ୍ର ମିଶ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଡାକ୍ତର ଶୋଭନ କୁମାର ରଥ, ଡାକ୍ତର ପ୍ରଜ୍ଞା ପାରମିତା,ଡାକ୍ତର ଶକ୍ତି ପ୍ରସାଦ ସାହୁ, ଡାକ୍ତର ରାଜେଶ କୁମାର ପାଢୀ, ଟିମ ଉମିଦର ନିତାଇ ପାଣିଗ୍ରାହୀ, ବାଲୁକା ଶିଳ୍ପୀ ରୁବିଲାଲ ପ୍ରଧାନ ଉପସ୍ଥିତ ରହି ଥିଲେ । ଚୌଦ୍ୱାର ଥାନାର ଏହି ଗ୍ରାମାଞ୍ଚଳ ରେ ହସ୍ପିଟାଲ ଖୋଲାଯାଇଥିଲେ ମଧ୍ୟ ଏଠାରେ ସମସ୍ତ ବିଶ୍ୱ ସ୍ତରୀୟ ଚିକିତ୍ସା ବ୍ୟବସ୍ତା ଉପଲବ୍ଧ ଥିବା ଡାକ୍ତର କ୍ଷିତିଶ କହିଥିଲେ । ଏଠାରେ ପୂର୍ବ ଭାରତର ପ୍ରଥମ ଅତ୍ୟାଧୁନିକ ହାଲସିଅନ ରେଡ଼ିଓସନ ଥେରାପି ବ୍ୟବସ୍ତା ରହିଛି । ଏଠାରେ ସମସ୍ତ କ୍ୟାନସର ସଂବଧିୟ ପରୀକ୍ଷା ବିଭାଗ, ଅତ୍ୟାଧୁନିକ ଅପରେସନ କକ୍ଷ, କ୍ୟାନସର ଜନିତ ଦାନ୍ତ ବିଭାଗ, ବିଭାଗୀୟ କ୍ୟାନସର କ୍ଲିନିକ, କ୍ୟାନସର ଆସିୟୁ ଉପଲବ୍ଧ ରହିଛି । ଏଥି ସହ ଆର୍ଥିକ ଅନଗ୍ରସର ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଉପଲବ୍ଧ ରହିଥିବା ଡାକ୍ତର କ୍ଷିତିଶ ସୂଚନା ଦେଇଥିଲେ । ଆଗାମୀ ଦିନରେ କାର୍ଷିନୋଭା ସମଗ୍ର ପୂର୍ବ ଭାରତର ଏକ ପ୍ରମୁଖ କ୍ୟାନସର ହସ୍ପିଟାଲ ର ମାନ୍ୟତା ପାଇବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ ।