ବିଶ୍ଵ ପରିବେଶ ଦିବସରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ନିମାପଡା, (ସନ୍ତୋଷ ଦାଶ):ପରିବେଶ ପାଇଁ ଚିନ୍ତା କରିବାର ଦିନଟିଏ ।ପରିବେଶ ଦିନକୁ ଦିନ ପ୍ରଦୂଷଣ ହେବାରେ ଲାଗିଛି ଓ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଏହି କଥାକୁ ଆଖି ଆଗରେ ରଖି ୧୯୭୨ ମସିହାରେ ମିଳିତ ଜାତିସଙ୍ଘ ର ସାଧାରଣ ପରିଷଦ ପ୍ରତିବର୍ଷ ଜୁନ ମାସ ୫ ତାରିଖ କୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରିବା ପାଇଁ ସ୍ଥିର କରିଥିଲେ l ତଦନୁଯାୟୀ ପ୍ରତିବର୍ଷ ଜୁନ ମାସ ୫ ତାରିଖ କୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଇଆସୁଅଛି l ଏହି ଦିବସ ପାଳନ କରିବା ଉଦେଶ୍ୟ ହେଊଛି ପ୍ରଦୂଷଣ ର ଭୟଙ୍କରତା ସମ୍ବଦ୍ଧରେ ପ୍ରତ୍ୟେକ ଦେଶର ଜନସାଧାରଣ କୁ ସଚେତନତା କରିବା ଓ ଏହି ପ୍ରଦୂଷଣ ର ଦୂରୀକରଣ ପାଇଁ ସର୍ବଦା ଜନସହଯୋଗକୁ ଉତ୍ସାହିତ କରିବା ଯାହାଫଳରେ ପରିବେଶ ର ସୁରକ୍ଷା ହେବା ସାଙ୍ଗେ ସାଙ୍ଗେ ଆଗାମୀ ପିଡି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ l ସେଥିପାଇଁ ବର୍ଷ କୁ ବାର ମାସ ଗୋପ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବ ଅନୁଷ୍ଠାନ ନିଃସ୍ୱାର୍ଥ ପରିବା ଓ ଉତ୍ସର୍ଗ ପରିବାର ସଦା ସର୍ବଦା ତତ୍ପର l ଆଜି ନିଃସ୍ୱାର୍ଥ ପରିବାର ସମସ୍ତ ସଦସ୍ୟ ମାନେ କୁଶଭଦ୍ରା ନଦୀ ପଠା ରେ ବର ଓ ଓସ୍ତ ବୃକ୍ଷ ରୋପଣ କରିଥିଲେ l ସପ୍ତାହ କୁ ଦୁଇ ଦିନ ସ୍ଵଛତା ଓ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଆଦି କାର୍ଯ୍ୟ କରିଥାନ୍ତି l ନିଃସ୍ୱାର୍ଥ ପରିବାର ର ସଭାପତି ରତ୍ନାକର ସେଠୀ, ସତ୍ୟନାରାୟଣ ସେନାପତି, ସିଲନ କୁମାର ମହାନ୍ତି ଙ୍କ ନେତୃତ୍ୱ ରେ ସମସ୍ତ ସଦସ୍ୟ ବୃକ୍ଷରୋପଣ କାର୍ଯ୍ୟ କରିବା ସହିତ ବୃକ୍ଷରୋପଣ କରିବା, ଆମ ପରିବେଶ କୁ ଆମେ ସ୍ୱଚ୍ଛ ରଖିବାକୁ ସାଇକେଲ ରାଲି କରି ଜନସଚେତନତା ସୃଷ୍ଟି କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ