ବିଶ୍ଵ ଯୁବ ଦିବସ ପାଳିତ
ଗାଙ୍ଗପୁର,(ସନ୍ତୋଷ ବିଷୋୟୀ): ଗଞ୍ଜାମ ଜିଲ୍ଲା ରେଡ୍ ରିବନ କ୍ଲବ ଏବଂ ଯୁବ ରେଡ୍ କ୍ରସ୍ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ଦିବସ ପାଳିତ ହୋଇଯାଇଛି | ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓଙ୍କ ସଂଯୋଜନା ଏବଂ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କିଶୋର କୁମାର ବେହେରାଙ୍କ ସଭାପତିତ୍ଵରେ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶିକା ସଞ୍ଜୁକ୍ତା ସାହୁ ଏହାକୁ ଅନ୍ ଲାଇନ୍ ରେ ଉଦ୍ଘାଟନି ବକ୍ତବ୍ୟ ପ୍ରଦାନ କରିଥିଲେ | ମୁଖ୍ୟ ଅତିଥି ରୂପେ ରାଜ୍ୟ ଯୁବ ରେଡ୍ କ୍ରସ୍ ଅଧିକାରୀ ଡକ୍ଟର ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ଯୁବକମାନଙ୍କୁ ଧୈର୍ଯ୍ୟହରା ନ ହେବାକୁ ପରାମର୍ଶ ଦେଇଥିଲେ | ମୁଖ୍ୟ ସାଧନ ବ୍ୟକ୍ତିତ୍ଵ ଲୋକ ନାଥ ମିଶ୍ର ତାଙ୍କ ବକ୍ତବ୍ୟ ମାଧ୍ୟମରେ ନିଜ ଅଭ୍ୟାସର ପରିବର୍ତ୍ତନରେ କରୋନା ମହାମାରୀ ଏବଂ ଏଡସ୍ ଭଳି ମାରାତ୍ମକ ବ୍ୟାଧୀ ଦୂର କରାଯାଇପାରିବ ବୋଲି କହିଥିଲେ | ସମ୍ମାନିତ ଅତିଥିଭାବେ ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, କଳାହାଣ୍ଡି ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟ କାନ୍ତ ମହାନ୍ତି, କେନ୍ଦୁପଦର ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ଆପଟ, ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ସଂଯୋଜିକା ସ୍ମୃତି ସାଗରିକା କାନୁନ୍ଗୋ ପ୍ରମୁଖ ଯୋଗଦେଇଥିଲେ ଓ ଜିଲ୍ଲା ସଂଯୋଜକ ଅଧ୍ୟାପକ ମନୋରଞ୍ଜନ ମହାରଣା ସ୍ଵାଗତ ଭାଷଣ ଦେଇଥିଲେ ଓ ଏହି ଅବସରରେ ଗୋବିନ୍ଦ ରାଓଙ୍କ ଦ୍ଵାରା ଲିଖିତ ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଉପଦେଷ୍ଟା ଦେବବ୍ରତ ସାହୁଙ୍କ ଦ୍ଵାରା କଣ୍ଠ ଦାନ କରିଥିବା କୋଭିଡ-୧୯ ଗୀତ ପ୍ରକଳ୍ପ ନିର୍ଦ୍ଦେଶିକାଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ଓ ଜଗନ୍ନାଥପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ଉପଦେଷ୍ଟା ପ୍ରାଧ୍ୟାପକ ଲୋକନାଥ ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ଜିଲ୍ଲାର ୪୦ ଗୋଟି କଲେଜରୁ ୧୪୪ ଜଣ ଯୁବ ରେଡକ୍ରସ୍ ଉପଦେଷ୍ଟା ଏବଂ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀମାନେ ଯୋଗ ଦେଇଥିଲେ |


