ବିଶ୍ୱକପରେ ଆଜି ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା

ଆଇସିସି କ୍ରିକେଟ ବିଶ୍ୱକପ ମ୍ୟାଚ ଆଜି ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ମଞ୍ଚେଷ୍ଟାରରେ ଖେଳାଯିବାକୁ ଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି କରିଛି ଇଂଲଣ୍ଡ । ତେବେ ଆଜିର ମ୍ୟାଚ ଆଫଗାନିସ୍ତାନ ପାଇଁ ବେଶି ଗୁରୁତ୍ୱ ବହନ କରିବ ନାହିଁ। ଆଫଗାନିସ୍ତାନ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ ଖେଳିଥିବା ବେଳେ ୪ଟି ଯାକ ମ୍ୟାଚରେ ପରାଜିତ ହୋଇଛି । ତେବେ ପଏଣ୍ଟ ଟେବୁଲର ଶେଷରେ ଥିବା ଆଫଗାନିସ୍ତାନର ସେମିଫାଇନାଲ୍ ଆଶା କମ ଥିବା ପରେ ମଧ୍ୟ ଖାତା ଖୋଲିବା ପାଇଁ ଇଂଲଣ୍ଡକୁ ଟକ୍କର ଦେବ ଆଫଗାନିସ୍ତାନ । ଅନ୍ୟପଟେ ଇଂଲଣ୍ଡ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହିତ ମୋଟ ୬ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଚତୁର୍ଛ ସ୍ଥାନରେ ରହିଛି । ତେବେ ଆଜିର ମ୍ୟାଚ ଜିତି ନିଜର ସେମିଫାଇନାଲ୍ ରାସ୍ତାକୁ ସହଜ କରିବାକୁ ଚେଷ୍ଟାକରିବ ଇଂଲଣ୍ଡ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ