ବିଶ୍ୱକପରେ ଆଜି ୱେଷ୍ଟଇଣ୍ଡିଜକୁ ଭେଟୁଛି ଇଣ୍ଡିଆ
(ଯୁଗାବ୍ଦ ନ୍ୟୁଜ ) ବିଶ୍ୱକପରେ ଆଜି ଆଇସିସି ର୍ୟାଙ୍କରେ ୧ନଂ ଟିମ ଭାରତକୁ ଭେଟିବ ଦୁଇଥରର ଚମ୍ପିଆନ ୱେଷ୍ଟଇଣ୍ଡିଜ ।
ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ମ୍ୟାନ ଇନ ବ୍ଲ୍୍ୟୁ । ଆଜିର ମ୍ୟାଚକୁ ଜିତି ଟିମ ଇଣ୍ଡିଆ ସେମାଫାଇନାଲରେ ନିଜ ନାଁ ପକ୍କା କରିବାକୁ ଚେଷ୍ଟା କରିବ । ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବିଜୟ ହାସଲ କରିଥିବା ୱେଷ୍ଟଇଣ୍ଡିଜ ଭାରତର ବିଜୟ ପଥକୁ ରୋକିବାକୁ ଚେଷ୍ଟା କରିବ ।ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ଅନ୍ୟପଟେ ଚଳିତ ବିଶ୍ୱକପରେ ଗୋଟିଏ ବି ମ୍ୟାଚ ହାରିନଥିବା ଟମ୍ ଇଣ୍ଡିଆ ଏହି ମ୍ୟାଚକୁ ସହଜରେ ଜିତିନବ ବୋଲି ଆଷା କରାଯାଉଛି । ଚଳିତ ବିଶ୍ୱକପରେ ଇଣ୍ଡିଆ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ବାତିଲ ସହ ୯ ପଏଣ୍ଟ ପାଇ ତୃତୀୟ ସ୍ଥନରେ ଅଛି । ଅପରପାର୍ଶରେ ୱେଷ୍ଟଇଣ୍ଡିଜ ୬ଟି ମ୍ୟାଚରୁ ଗୋଟିଏ ବିଜୟ ୪ଟି ପରାଜୟ ଓ ଗୋଟିଏ ବାତିଲ ୩ପଏଣ୍ଟ ପାଇ ପଏମ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ତେବେ ଆଜିର ମ୍ୟାଚ ଜୋରଦାର ଟକ୍କର ହେବ ବୋଲି କ୍ରୀଡା ପ୍ରେମୀ ଆଶା ରଖିଛନ୍ତି ।