ବିଶ୍ୱକପ୍ ପାଇଁ ବେଟିଂ : ୩୧ ଲକ୍ଷ ,୧୫ ସେଲଫୋନ ଜବତ , ୨ ଗିରଫ

ରାଜ୍ୟରେ କ୍ରିକଟେ ଖେଳ ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ବିଶ୍ୱକପ୍ ପାଇଁ କ୍ରିକେଟ ପ୍ରେମୀ ମାନେ ଓ ବେକାର ଯୁବକ ମାନେ ବେଟିଂ କରିବା କିଛି ନୁଆକଥା ନୁହେଁ । ପୂର୍ବରୁ ଚଳିତ ବିଶ୍ୱକପ୍ ଓ ଆଈପିଏଲ ମ୍ୟାଚ୍ ସମୟରେ ବେଟିଂରେ ଟଙ୍କା ଉଡୁଥିବା ଦେଖିବାକୁ ମିଳୁଥିବାବେଳେ ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିଲା । ଚଳିତ ବିଶ୍ୱ କପ୍ ମହାଡମ୍ବରରେ ଆରମ୍ଭ ହୋଇଯାଇଥିବାବେଳେ ବିଭିନ୍ନ ସ୍ଥାନରେ କ୍ରିକେଟ ଖେଳରେ ବେଟଂ ଚାଲିଥିବାଦେଖିବାକୁ ମିଳିଛି । ଏହି ବେଟିଂରେ ଲକ୍ଷାଧିକ ଟଙ୍କାର ଖେଳରେ ବେଟ ହେଉଥିବା ଦେଖିବାକୁ ମିଳୁଛି । ତେବେ ରାଉରକେଲା ପୋଲିସକ ୁ ମିଳିଛି ବଡଧରଣର ସଫଳତା । ପ୍ଲାଣ୍ଟସାଇଟ ଥାନା ସୋମବାର ପ୍ଲାଣ୍ଟସାଇଟ ଥାନା ଅଂଚଳରେ ପୋଲିସ ତରଫରୁ ଚଢାଉ କରାଯାଇ ନଗଦ ୩୧ ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ ୧୫ ଟି ସେଲଫୋନ ଓ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହା ସହ ଏହି ଅପରାଧିକ ଖେଳର ଚେର କେଉଁ ପର୍ଯ୍ୟନ୍ତ ଲମ୍ବା ରହିଛି ପୋଲିସ ତରଫରୁ ତଦନ୍ତ ଜାରୀ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ