ବିଶ୍ୱକପ ରେ ପୁଣି ବିପର୍ଯ୍ୟୟ ସୃଷ୍ଟି କଲା ବାଙ୍ଗଲାଦେଶ
ବିଶ୍ୱକପ ରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ସୃଷ୍ଟି କରୁଛି ବାଙ୍ଗଲାଦେଶା ପ୍ରଥମେ ସାଉଥ ଆଫ୍ରିକା ପରେ ଦୁଇ ଥର ର ଚମ୍ପିୟାନ ୱେଷ୍ଟଇଣ୍ଡଜ କୁ ବଡ ବ୍ୟବଧାନରେ ପରାସ୍ତ କରିଛି । ୱେଷ୍ଟଇଣ୍ଡିଡ ୩୨୨ ରନ ର ବିଜୟ ଲକ୍ଷ୍ୟ ଦେଇଥିଲା ବାଙ୍ଗଲାଦେଶ କୁ , ଆଉ ଏହାକୁ ୩ ୱିକେଟ ହରାଇ ହାସଲ କରିନେଇଥିଲା । ବାଙ୍ଗଲାଦେଶ ୫ ଟି ମ୍ୟାଚ ରୁ ୨ଟି ବିଜୟ ସହ ୩ଟି ରେ ପରାସ୍ତ ହୋଇଛି । ତେବେ ଚଳିତ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ ସକିବ ଅଲ ହାସନ ୯୯ ଟି ବଲ ରୁ ୧୨୪ ରନ ସଂଗ୍ରହ କରି ଇଣ୍ଡିଜ ହାତରୁ ମ୍ୟାଚ ଟି ଛଡାଇ ନେଇ ଥିଲେ ।