ବିଶ୍ୱକପ ହକି ପାଇଁ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗୀତାରେ ହାଟଡିହି ଦ୍ୱିତୀୟ
ହାଟଡିହି, (ବିକାଶ ବିଶ୍ୱାଳ):ବିଶ୍ୱକପ ହକି ପାଇଁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗୀତାରେ କ୍ରିକେଟ ଖେଳରେ ହାଟଡିହି ଦ୍ୱିତୀୟ ସ୍ଥାନ ହାସଲ କରିଛି । ଆଜି ଅନୁଷ୍ଠିତ ଏହାର ଫାଇନାଲ ମ୍ୟାଚରେ ପାଟଣା ବ୍ଲକର କ୍ରିକେଟ ଦଳ ନିର୍ଦ୍ଧାରିତ ୮ଓଭରରେ ୧୪୪ରନ କରିଥିବାବେଳେ ହାଟଡିହି କ୍ରିକେଟ ଦଳ ୧୨୩ରନ କରିବାକୁ ସମର୍ଥ ହୋଇ ରନର୍ସଅପ ହୋଇଥିଲା । ଏଥିରେ ପ୍ରହଲାଦ ସାହୁ, ଶଙ୍କର୍ଷଣ ସେଠୀ, ଶେଷଦେବ ସେଠୀ, ସୁମନ୍ତ ଜେନା, ଶ୍ରୀଧର ସାହୁ, ପଙ୍କଜ ସେଠୀ, ଜୀବନ ରାଉତ ପ୍ରମୁଖ ଖେଳାଳୀମାନେ ଭାଗ ନେଇଥିବାବେଳେ ବରିଷ୍ଠ କିରାଣୀ ଭୁବନେଶ୍ୱର ମହାପାତ୍ର, ପିଇଓ ଜିତେନ୍ଦ୍ର ଜେନା, ସୁରେଶ କୁମାର ସେଠୀ, କାର୍ତ୍ତିକ ପାତ୍ର ପ୍ରମୁଖ ନୋଡାଲ ଅପିସର ଭାବେ ସାମିଲ ହୋଇଥିଲେ । ରନର୍ସଅପ ଦଳକୁ ବିଡିଓ ଶୁଶ୍ରୀ ବିନିତା ବିଜୟିନୀ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମି ଦିନରେ ଅଧିକ ସଫଳତା ହାସଲ କରିବାଲାଗି ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି ।


