ବିଶ୍ୱତାରିଣୀ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ୟୁଥ ରେଡକ୍ରସ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା, ଓ ଏଚ.ଡି.ଏଫ.ସି ବ୍ୟାଙ୍କର ମିଳିତ ସହଯୋଗରେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ମୋଟ ୩୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଆମ ଓଡିଶାର ସଂଯୋଜକ କିଶୋର ଆଚାର୍ଯ୍ୟ, ୟୁଥ ରେଡକ୍ରସର ପୋଗ୍ରାମ ଅଫିସର ଅଧ୍ୟାପିକା ବେଦମତୀ ନାୟକ, ଏଚ.ଡି.ଏଫ.ସି ର ସଞ୍ଜିବ ସାହୁ, ନିଳମଣୀ ସିଂହ, କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ପହି, ମଧୁସୁଦନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆନନ୍ଦପୁର ରକ୍ତଭଣ୍ଡାର ର ଡାକ୍ତର ଉଦୟ ଭାଷ୍କର ପଣ୍ଡା, ଏଲ.ଟି ରମାନାଥ ମାଝୀ, ଷ୍ଟାଫ ନର୍ସ ସଶ୍ମିତା ଦେହୁରୀ, ଆଟେଣ୍ଡାଣ୍ଟ ମଙ୍ଗୁଳି ଚରଣ ସାହୁ, ଶରତ କୁମାର ଓଝା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗୃହୀତ କରିଥିଲେ । କଲେଜ ପକ୍ଷରୁ ଅଧ୍ୟାପିକା ଝରଣା ବରାଳ,ନିରଞ୍ଜନ ଜେନା, ଭକ୍ତ ଶେଖର ସ୍ୱାଇଁ, ରାଜଶ୍ରୀ ଗୋସ୍ୱାମୀ, ସୁବାସ ପାତ୍ର, ସଂଯୁକ୍ତା ଲେଙ୍କା, କର୍ମଚାରୀ ଦେବେନ୍ଦ୍ର କୁମାର ସା, ମଦନ ଜେନା, ସାମ୍ବାଦିକ ଗୋପାଳକୃଷ୍ଣ ରାଉତ, ବିଭୁତି ଭୂଷଣ ଜେନା, ପାର୍ଥ ସୌରଭ ସା, ସୁଶାନ୍ତ କୁମାର ଓଝା, ପିଙ୍କୁ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ଥିବାବେଳେ କଲେଜର ମଞ୍ଜୁଲତା ଖଣ୍ଡା, ଶ୍ରାବଣି ପଣ୍ଡିତ, ଭବାନୀ ପଳତା, ପ୍ରୀତିପ୍ରଭା ନାୟକ, ସଙ୍ଗୀତା ନାୟକ, ଶୁଭଲକ୍ଷ୍ମୀ ମହାନ୍ତି, ପ୍ରତୀକ୍ଷା ସେଠୀ, ଲିପିକା ଜେନା, ବନଲତା ଦାସ, ପାୟଲ ସା, ଶୁଭଦ୍ରା ସାହୁ, ସଙ୍ଗୀତା ମଲ୍ଲିକ, ଜ୍ୟୋତିର୍ମୟୀ ଓଝା, ପ୍ରୀୟଙ୍କା ଧଳ, ମୌସୁମୀ ଜେନା, ପଦ୍ମିନୀ ପଳତା, ମନସ୍ୱିନୀ ସାହୁ, ତୁଳସୀ ନାୟକ, ଯଶ୍ମିନୀ ସୁଶ୍ରୀ ମହାପାତ୍ରଅଞ୍ଜନା ପହି, ସ୍ୱାଗତୀକା ପୃଷ୍ଟି, ଲିଜାରାଣୀ ସେନାପତି, ଶିବାନୀ ପଣ୍ଡା, ଭବାନୀ ପଣ୍ଡା, ପ୍ରଜ୍ଞା ପରମିତା ଜେନା, ଦତ୍ତାତ୍ରୟ ସାମଲ, ପୂଜାରାଣୀ ମଲ୍ଲିକ, ମିନାକ୍ଷୀ ଓଝା,ଶଶୀକଳା ଜେନା ପ୍ରମୁଖ ଛାତ୍ରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ