ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ପାଳିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦିଛକରେ ଥିବା ବିଶ୍ୱତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି । ପୋଗ୍ରାମ କୋଅର୍ଡିନେଟର ରାଜଶ୍ରୀ ଗୋସ୍ୱାମୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସୁକାନ୍ତୀ ମହାପାତ୍ର, ପ୍ରଧ୍ୟାପିକା ଉଷାରାଣୀ ଦାସ, ପ୍ରଧ୍ୟାପକ ହିମାଶୁଂ ମିଶ୍ର, ନଦୀୟା ବିହାରୀ ପଟ୍ଟନାୟକ, ଅଧ୍ୟାପକ ଦତ୍ତାତ୍ରୟ ସାମଲ ପ୍ରମୁଖ ଯୋଗଦେଇ ବିଶ୍ୱ ଏଡ୍ସ ଦିବସ ପାଳନର ତାତ୍ପର୍ଯ୍ୟ ଓ ଏଡ୍ସ ରୋଗର ନିରାକରଣ ସମ୍ପର୍କରେ ନିଜ ନିଜର ଅଭିମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ୱାରା ଛେନାପଦି ଛକ ବଜାର ପରିକ୍ରମା କରାଯାଇ ଏଡସ ସମ୍ପର୍କିତ ବିଭିନ୍ନ ଶ୍ଳୋଗାନ ମାନ ଦେଇ ଲୋକମାନଙ୍କୁ ଏଡ୍ସର ଭୟାବହତା ସମ୍ପର୍କରେ ସଚେତନ କରାଇଥିଲେ ।