ବିଶ୍ୱଧ୍ୟାନ ଦିବସ ପାଳନ କଲେ ଦା ଆର୍ଟ ଅପ ଲିଭିଂଗ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ବିଶ୍ୱରେ ପ୍ରଥମ ଥର ପାଈଁ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ ଡ଼ିସେମ୍ବର 21 ବିଶ୍ୱ ଧ୍ୟାନ ଦିବସ ଘୋଷଣା କରାଯାଇଛି। ଆଧ୍ୟାତ୍ମିକ ଗୁରୁ ତଥା ମାନବବାଦୀ ପଦ୍ମଵିଭୂଷଣ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ୱ ଧ୍ୟାନ ଦିବସ ଉପରେ ସମ୍ବୋଧିତ କରିବେ। ଏହି ପରିପେକ୍ଷୀରେ ବାରିପଦାର ମୟୁରଭଞ୍ଜ କେମିଷ୍ଟ ଏଣ୍ଡ ଡ୍ରାଗିଷ୍ଟ ଅସୋସିଏସନ ହୋଲ ରେ “ଦା ଆର୍ଟ ଅଫ ଲିଭିଂଗ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲ।ଏଥିରେ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ମାନେ ଅଂଶ ଗ୍ରହଣ କରିଥିଲେ। ବାରିପଦା ଆର୍ଟ ଅଫ ଲିଭିଂ ର ଶିକ୍ଷକ କୌଶିକ ସାହୁ ଧ୍ୟାନ ର ଉପକାରିତା ବିଷୟରେ ସାମ୍ବାଦିକ ମାନଙ୍କୁ ଅବଗତ କରଇ ଥିଲେ। ସରୋଜ ସାହୁ, ନିର୍ମଳ ମହାନ୍ତି, ଅଜୟ ମୋଦୀ, ଉପାସନା ସାହୁ,ଦେବାଶିଷ ମହାନ୍ତ,ରିତୁପର୍ଣ୍ଣ ମଲ୍ଲିକ, ସୃତିପର୍ଣ୍ଣା ମଲ୍ଲିକ, ସୁଦୀପ୍ତ ମିଶ୍ର, ଗୌରବ ପାଲ, ଗୀତେଶ , ପ୍ରତୀକ, ନିଶା ଙ୍କ ମିଳିତ ସହାୟତା ରେ ସମ୍ଭଦିକ ସମ୍ମିଳନୀ ଟି ସୁଚାରୁ ଭାବେ ସମ୍ପୂର୍ଣ ହୋଇଥିଲା। ଆର୍ଟ ଅଫ ଲିଭିଂ ତରଫରୁ ଜିଲ୍ଲା ପ୍ରଶାସନ ସହାୟତା ରେ ବାରିପଦା ଷ୍ଟାଡିଅମ ପଡିଆରେ ସକାଳ 7.00 ରୁ 8.00 ପର୍ଯ୍ୟନ୍ତ ଏକ ବିଶାଳ ସମାରୋହ ରେ ଲୋକ ଏକ ଜୁଟହୋଇ ଧ୍ୟାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ର ପରିବର୍ତନକାରୀ ଲାଭ କୁ ଏହା ସ୍ୱୀକୃତି ପ୍ରଦାନ ପୂର୍ବକ ଶାନ୍ତି ଓ ଏକତା ପ୍ରତିଷ୍ଠା ଦିଗରେ ମଧ୍ୟ ଏହା ବେଶ ସହାୟକ ହେବବୋଲି ଆର୍ଟ ଅଫ ଲିଭିଂ ପକ୍ଷରୁ ଜାରି ଏକ ବିବୃତି ରେ କୁହା ଯାଇଛି। ଏଣୁ ଜାତି, ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ଏହି ସମାରୋହ ରେ ସୁଚାରୁ ରୂପେ ଅଂଶ ଗ୍ରହଣ କରିବାକୁ ଅନୁରୋଧ।