ବିଶ୍ୱନାଥ ମନ୍ଦିରରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରସ୍ଥିତ ଶ୍ରୀଶ୍ରୀ ବିଶ୍ୱନାଥ ମହାଦେବ ମନ୍ଦିରରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପରିଷଦ ଶୁଭାରମ୍ଭ ହୋଇଯାଇଛି । ସାଧୁସନ୍ଥ ତଥା ସ୍ୱାମିଜୀଙ୍କ ଆଶୀର୍ବାଦ ନେଇ ବିଶ୍ୱନାଥ ମହାନ୍ତିଙ୍କ ପୌରହିତ୍ୟରେ ଦେବେନ୍ଦ୍ର ଦାସ, ଗୌରଶ୍ୟାମ ପୃଷ୍ଟି, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ୍ତ ସାହୁ, ଅବନିକାନ୍ତ ପାଟ୍ଟଯୋଶୀ, ବିପିନ ବିହାରୀ ସ୍ୱାଇଁ, ସୁଶାନ୍ତ ସାହୁ, ସୁଷମା ପଟ୍ଟନାୟକ, ରେବତୀ ସ, ଆନନ୍ଦ ଚନ୍ଦ୍ର ପାତ୍ର, ବି.କେ. ଜେନା ଏବଂ ପ୍ରଶାନ୍ତ କୁମାର ବେହେରାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ସସଦ୍ୟ ପରିଷଦ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଶାନ୍ତ ବେହେରା ଶ୍ରୀ ଜଗନ୍ନାଥ ନାମ ମହା ସଂକୀର୍ତ୍ତନ କରିବା ସହ ଧନ୍ୟବାଦ ଦେଇଥିଲେ ।


