ବିଶ୍ୱନିର୍ମାତା ଶ୍ରୀ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରଭୁ ଶ୍ରୀ ବିଶ୍ୱକର୍ମା ଙ୍କୁ ବିଶ୍ୱ ନିର୍ମାତା ଭାବେ ବିବେଚିତ କରାଯାଇଛି।ବିଶ୍ୱ ନିର୍ମାଣରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ବିଶେଷ ଭାବେ ନିର୍ମାଣ କ୍ଷେତ୍ରରେ ତାଙ୍କ ପୂଜାର୍ଚ୍ଚନାକୁ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ।ନିଖୁଣ ଶିଳ୍ପୀ ଭାବେ ଅନ୍ୟାନ୍ୟ ଦେବ ଶ୍ରୀ ବିଶ୍ୱ କର୍ମାଙ୍କ ପୂଜାର୍ଚ୍ଚନା ପାଇଁ ଚଳିତ ବର୍ଷ ମହାମାରୀ କୋଭିଡ କଟକଣା ଭିତରେ ବିଦ୍ଧି ଅନୁସାରେ ବୁଧବାର ସମ୍ପନ୍ନ ହୋଇଥିଲା।ସ୍ଥାନୀୟ ହିଞ୍ଜିଳି ସହର ର ପୂର୍ବଖଣ୍ଡ ତାଲୁକା ବିଶ୍ୱକର୍ମା ସମାଜ ତରଫରୁ ବିଶ୍ୱକର୍ମାଙ୍କ ଯଥା ବିଧି ତଥା ନିରାଡ଼ମ୍ବର ଅନୁସାରେ ପୂଜାର୍ଚ୍ଚନା ଉତ୍ସବ ପାଳିତ ହୋଇଥିଲା। ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ, ପୋଚିଲିମା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ସମେତ ବିଭିନ୍ନ ଛୋଟ ବଡ ଫେବ୍ରି କେସନ ୟୁନିଟ ପକ୍ଷରୁ କୋଭିଡ ନିୟମ ଅନୁପାଳନ କରି ପୂଜାର୍ଚ୍ଚନା ନୀତି ସମ୍ପନ୍ନ କରା ଯାଇଥିଲା।ଶ୍ରୀ ବିଶ୍ୱକର୍ମାଙ୍କ ଲାଗି ଧୂପ ଦୀପ, ପୁଷ୍ପ ଏବଂ ନଡ଼ିଆ, କଦଳୀ ଆଦି ନାନାଦି ସୁସ୍ୱାଦୁ ନୈବେଦ୍ୟ ଯାଚନା କରି ପୂଜାର୍ଚ୍ଚନା ନୀତି ସମ୍ପନ୍ନ ପରେ ପ୍ରଭୁଙ୍କୁ ଶ୍ରଦ୍ଧାଳୁ ଆଶୀର୍ବାଦ ଭିକ୍ଷା କରିଥିଲେ।କୋଭିଡ କଟକଣା ଜାରି ଫଳରେ କମ ସଂଖ୍ୟକ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।ଏଣୁ ପୂଜା ସ୍ଥଳରେ ବାଦ୍ୟ କିମ୍ବା ବୈଦ୍ୟୁତିକ ଯନ୍ତ୍ର ସଙ୍ଗୀତ ବ୍ୟବହାରର ନିଷେଧ ଫଳରେ ସୀମିତ ସଂଖ୍ୟକ କର୍ମଚାରୀଙ୍କ ବ୍ୟତୀତ ଗହଳ ଚହଳ ପରିବେଶର ଅଭାଵ ପରିଲକ୍ଷିତ ହୋଇଥିଲା।ସରକାର ତଥା ଜିଲ୍ଳା ପ୍ରଶାସନର କୋଭିଡ କଟକଣା ଅନୁସାରେ ଏହି ପୂଜାର୍ଚ୍ଚନା ସମାପନ ହୋଇ ଥିବା ଜଣାପଡିଛି।