ବିଶ୍ୱନେତାଙ୍କୁ ଚମକାଇଲେ, ୧୬ ବର୍ଷୀୟା ଗ୍ରେଟା ଟୁନବର୍ଗ

ନ୍ୟୁୟର୍କ: ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ସମ୍ମିଳନୀରେ ଗତକାଲି ୧୬ ବର୍ଷୀୟ ଗ୍ରେଟା ଟୁନବର୍ଗ ବିଶ୍ୱ ନେତାମାନଙ୍କୁ ତାଙ୍କ ଭାଷଣରେ ଅବାକ୍ କରିଦେଇଥିଲେ । ଗ୍ରେଟାଙ୍କ ମର୍ମସ୍ପର୍ଶୀ ଭାଷଣ ବିଶ୍ୱ ନେତାମାନଙ୍କୁ ଏ ଦିଗରେ ଚିନ୍ତା କରିବାକୁ ବାଧ୍ୟ କରିଥିଲା । ଗ୍ରେଟା କ୍ରୋଧ ଏବଂ ଅଭିମାନରେ କହିଥିଲେ, ବିଶ୍ୱବ୍ୟାପୀ ଏବେ ପରିବେଶ ସଙ୍କଟ ଯୋଗୁଁ ଲୋକେ ମରୁଛନ୍ତି ଏବଂ ମରଣ ମୁହଁରେ ଛଟପଟ ହେଉଛନ୍ତି । ଆମର ସ୍ୱପ୍ନ, ଆମର ଶୈଶବକୁ ଫମ୍ପା ଶବ୍ଦ ଦ୍ୱାରା ଆପଣ ଛଡ଼ାଇ ନେଇଛନ୍ତି । ଏଭଳି ଅଧିକାର ଆପଣଙ୍କୁ ଦେଲା କିଏ ବୋଲି ସେ ପ୍ରଶ୍ନ କରିଥିଲେ । ୨୦୦୩ରେ ସ୍ୱିଡେନର ରାଜଧାନୀ ଷ୍ଟକହୋମ୍ ଜନ୍ମିତ ଗ୍ରେଟା ଏବେ ଜଳବାୟୁ ସୁରକ୍ଷା ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଜାତିସଂଘ ଭାଷଣ ପରେ ଗ୍ରେଟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ କ୍ରୋଧ ଭରା ଦୃଷ୍ଟିରେ ଚାହିଁବା ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ