ବିଶ୍ୱବନ୍ଦିତ ପୁରୁଷ ଲାଲବାହାଦୂର ଶାସ୍ତ୍ରୀ

ପ୍ରଦୀପ ସେନାପତି
ଏକ ମହାନ ବ୍ୟକ୍ତିଙ୍କ ଆବିର୍ଭାବ, ୧୯୦୪ ମସିହା ଅକ୍ଟୋବର ୨ ତାରିଖ । ପୃଥିବୀ ପୃଷ୍ଠରେ ଯେଉଁ ଅମର ଜନନାୟକମାନେ ଭୂମିଷ୍ଠ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ବିଶ୍ୱବନ୍ଦିତ, ଯୋଗଜନ୍ମା ପୁରୁଷ ଥିଲେ ଲାଲବାହାଦୂର ଶାସ୍ତ୍ରୀ । ଶାସ୍ତ୍ରୀଜୀଙ୍କ ପାରିବାରିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଏତେ ଭଲ ନ ଥିଲା । ତେଣୁ ସେ ପିଲାବେଳୁ ଦାରିଦ୍ର‌୍ୟତା ମଧ୍ୟରେ ବଢ଼ିଥିଲେ । ସେ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ଥିଲେ । ଶାସ୍ତ୍ରୀଜୀଙ୍କ ପିତାଙ୍କ ନାମ ଥିଲା ସାରଦା ପ୍ରସାଦ ଶାସ୍ତ୍ରୀ ଓ ମାତାଙ୍କ ନାମ ରାମଦୁଲ୍ଲାରୀ ଦେବୀ । ସେ ସମୟରେ ଆହ୍ଲାବାଦର କାୟସ୍ଥ ବିଦ୍ୟାଳୟରେ ପିତା ସାରଦା ପ୍ରସାଦ ଶିକ୍ଷକ ଥିଲେ । ମାଆ ଥିଲେ ଜଣେ ସୁଗୃହିଣୀ । ଶାସ୍ତ୍ରୀଜୀଙ୍କ ବ୍ୟତୀତ ସାରଦା ପ୍ରସାଦଙ୍କର ଦୁଇଗୋଟି କନ୍ୟା ମଧ୍ୟ ଥିଲେ । ସେମାନେ ବିଭିନ୍ନ କ୍ଷେତ୍ରରେ ଲାଲାବାହାଦୂରଙ୍କ ପରି ପ୍ରତିଷ୍ଠା ଅର୍ଜନ କରିପାରିଥିଲେ । ସୌଭାଗ୍ୟବାନ ପିତା -ମାତାଙ୍କ ଠାରୁ ଜନ୍ମ ଶାସ୍ତ୍ରୀଜୀଙ୍କ ଏକ ଅଘଟଣ ଘଟିଲା । ୧୯୦୫ ମସିହା, ଫେବୃଆରୀ ୧୪ ତାରିଖର ପ୍ରାରମ୍ଭିକ ସଂକ୍ରାନ୍ତିରେ ହୋଇଥାଏ ମାଘମେଳା । ବୟସ ଶାସ୍ତ୍ରୀଜୀଙ୍କୁ ମାତ୍ର (୪ମାସ) ଚାରିମାସ । ପିତାମାତା ସ୍ନେହରେ ନାମ ରଖିଥିଲେ ‘ନହ୍ନା’ ।ଯେତେବେଳେ ମାଘମେଳାର ସମୟ ଆସେ ସେ ସମୟରେ ବହୁ ଧାର୍ମିକ ବ୍ୟକ୍ତି ଦେଶର ବିଭିନ୍ନ ଶାଖାରୁ ତଥା ଦେଶ ବାହାରୁ ମଧ୍ୟ ଆସି ମାଘମେଳାରେ ଯୋଗଦିଅନ୍ତି ତଥା ସ୍ନାନ ପୂର୍ବକ ଧର୍ମ ଅର୍ଜନ କରିଥାନ୍ତି । ତେଣୁ ମାଘ ମେଳାରେ ପ୍ରବଳ ଜନସମାଗମ ହୁଏ । ଦୂର ଦୂରାନ୍ତରୁ ଆସିଥିବା ଲୋକ ଭିଡ଼ ଭିତରେ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ସମୟ ସମୟରେ ଏପରି ହୁଏ ଯେ, ଲୋକମାନେ ଚାଲିବା ସମୟରେ ପାଦ ବି ତଳେ ଲାଗିନଥାଏ । ଆହୁରି ମଧ୍ୟ ଜଣେ ଭାରସାମ୍ୟ ରଖିବାପାଇଁ ଆଉ ଜଣଙ୍କ ଉପରେ ନିର୍ଭରଶୀଳ ହୋଇଥାଏ । ଏପରି ଜନସମାଗମ ହୋଇଥିବା ମାଘମେଳାରେ ଥରେ ଶାସ୍ତ୍ରୀଜୀଙ୍କ ପିତାମାତା – ସାରଦା ପ୍ରସାଦ ଓ ଦୁଲ୍ଲାରୀ ଦେବୀ ଆସିଥାନ୍ତି ମେଳାରେ ବୁଡ଼ ପକାଇବା ପାଇଁ ।ସେତେବେଳେ ଶାସ୍ତ୍ରୀଜୀ ଚାରିମାସର ହୋଇଥାନ୍ତି । ପିତା ସାରଦା ପ୍ରସଦ ଓ ମାତା ରାମଦୁଲ୍ଲାରୀ ଦେବୀ ଚାରିମାସର ଶିଶୁକୁ କାହା ପାଖରେ ଛାଡ଼ିବା ଠିକ୍ ନଭାବି ତାଙ୍କୁ ମଧ୍ୟ ମାଘମେଳାକୁ ସାଙ୍ଗରେ ନେଇଯାଇଥିଲେ । ମେଳାରେ ଅତିଶୟ ଭିଡ଼କୁ ବହୁ କଷ୍ଟରେ ଅତିକ୍ରମ କରୁଥାନ୍ତି ଶାସ୍ତ୍ରୀଜୀଙ୍କ ପିତା ମାତା । ଶାସ୍ତ୍ରୀଜୀ ଥାନ୍ତି ତାଙ୍କ ମାଆଙ୍କ ପାଖରେ । ଶରୀରର ବହୁକଷ୍ଟ ଓ ଲୋକମାନଙ୍କର ଭିଡ଼ ସବୁ ସହିବାକୁ ପଡ଼ୁଥାଏ ମାତା ଦୁଲ୍ଲାରୀ ଦେବୀଙ୍କୁ । କିନ୍ତୁ ଶାସ୍ତ୍ରୀଜୀଙ୍କ ଭିଡ଼ ପ୍ରତି ନଜର ନଥାଏ । ସେ ଆନନ୍ଦରେ ମେଳା ଉପଭୋଗ କରୁଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ