ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ଜାତୀୟ ଆଲୋଚନାଚକ୍ର
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର ):ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗ ଦ୍ୱାରା ଏକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି. ଏକ୍ସ୍ପ୍ଲୋରିଙ୍ଗ ୱାଣ୍ଡରସ ଅଫ ଜିଓଲୋଜି ଶୀର୍ଷକ ଏହି ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ. ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆଇଆଇଟି ଖଡଗପୁରର ଭୂତତ୍ତ୍ୱ ଏବଂ ଭୂ-ଭୌତିକ ବିଭାଗର ପ୍ରଫେସର ମୃଗାଙ୍ଗ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା, କୋଲକାତାର ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣର ପୂର୍ବତନ ଉପ-ମହାନିର୍ଦ୍ଦେଶକ ଡକ୍ଟର ଶୁଭ୍ରାଂଶୁ ଭୂଷଣ ରାୟ, ଓଡ଼ିଶା ସରକାରଙ୍କ ଇସ୍ପାତ ଏବଂ ଖଣି ବିଭାଗର ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ମହାପାତ୍ର, ଇସ୍ପାତ ଏବଂ ଖଣି ବିଭାଗର ଅବସରପ୍ରାପ୍ତ ଭୂତତ୍ତ୍ୱ ଯୁଗ୍ମ ନିର୍ଦ୍ଦେଶକ ରମାକାନ୍ତ ମହାନ୍ତ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଅସୀମ ଅମିତାଭ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସମସାମୟିକ ଭୂତାତ୍ତ୍ୱିକ ଗବେଷଣା ଉପରେ ଆଲୋଚନା କରି ଖଣିଜ ଅନୁସନ୍ଧାନ, ଭୂ-ବିପଦ ଏବଂ ସ୍ଥାୟୀ ପରିଚାଳନାରେ ଉଦୀୟମାନ ଧାରା ଉପରେ ଆଲୋକପାତ କରିଥିଲେ. ଆଲୋଚନାଚକ୍ରର ସଂଯୋଜିକା ଡ. ପ୍ରିୟଦର୍ଶିନୀ ସଂଘମିତ୍ରା ସାହୁ ସ୍ୱାଗତ ଭାଷଣ ଦେଇଥିଲେ. ଏବଂ କାର୍ଯ୍ୟକାରୀ ସମ୍ପାଦକ ତଥା ବିଭାଗୀୟ ଅଧ୍ୟାପକ ଡ. ଦେବାଶିଷ ସିଂ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ. ଶେଷରେ କାର୍ଯ୍ୟକାରୀ ସମ୍ପାଦିକା ଅଧ୍ୟାପିକା ଡ. ସୁଶ୍ରୀ ସାଗରିକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ.


