ବିଶ୍ୱମଧୁମେହ ଦିବସ ପାଳନ ଅବସରରେ ସଚେତନତା ରଥ ଉଦ୍ଘାଟିତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ଏକ ସଚେତନ ରଥ ଫୁଲବାଣୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରବିବାର ଉଦ୍ଘାଟିତ ହୋଇଯାଇଛି । ସଚେତନତା ରଥକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଜନ ସ୍ୱାସ୍ଥ୍ୟ ତଥା ଜିଲା ମିଶନ ଶକ୍ତି ନିର୍ଦ୍ଦେଶିକା ଡ଼ା.ରାଜଶ୍ରୀ ପଟନାୟକ ପତକା ଦେଖାଇ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା,କଲ୍ୟାଣି ମିଶ୍ର , ଜିଲା କାର୍ଯ୍ୟକ୍ରମ ପରିଚାଳକ ମନୋରଂଜନ ସାହୁ , ଜିଲା ବିତ୍ତ ପରିଚାଳକ ନିଗମ ରାଉତ , ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଡ଼ା.ପ୍ରଶାନ୍ତ ମହାରଣା , ସଦାନନ୍ଦ ସାହୁ , ରାଜେନ୍ଦ୍ର ପ୍ରସାଦ ପାଢୀ ଓ ବଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ଜିଲାର ପ୍ରତ୍ୟେକ ଅଞ୍ଚଳ ଗସ୍ତ କରି ସଚେତନ କରିବ ବୋଲି ଡ଼ା.ପଟନାୟକ ପ୍ରକାଶ କରିଛନ୍ତି ।