ବିଶ୍ୱମୁକ୍ତ ଗଣମାଧ୍ୟମ ଦିବସ-୨୦୨୪

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗଣମାଧ୍ୟମର ନିରପେକ୍ଷତା ଉପରେ ଏ ସମାଜ ବିଶ୍ୱାସ କରେ । ରାଜନେତା, ପୋଲିସ୍‌, ଆଇନଜୀବୀ ଓ ଅମଲାତନ୍ତ୍ରର ଅଧିକାରୀଙ୍କ ଠାରୁ ନିରାଶ ହେବା ପରେ ଶେଷରେ ସାଧାରଣ ଲୋକଟିଏ ନ୍ୟାୟ ପାଇଁ ଗଣମାଧ୍ୟମର ସାହାରା ନିଏ । ହେଲେ ଗଣମାଧ୍ୟମ ଯଦି କୌଣସି ରାଜନୈତିକ ଚାପ ବା ସମର୍ଥନରେ ଚାଲେ, ତେବେ ଜନତା ଅସହାୟ ହୋଇପଡ଼େ । ଆଜିକାଲି ତାହା ହିଁ ଦେଖିବାକୁ ମିଳୁଛି ବୋଲି ମତପ୍ରକାଶ କରିଥିଲେ ଏହି ଉତ୍ସବର ମୁଖ୍ୟ ଅତିଥି ସତ୍ୟପ୍ରକାଶ ନାୟକ । ସେହିପରି ମିଡ଼ିଆ ପ୍ଲାନର ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ମନୋରଞ୍ଜନ ଜଗତରେ ବି ରାଜନୀତି ଚାଲିଛି ବୋଲି ମତ ଦେଇଥିଲେ । ଅନ୍ୟତମ ଅତିଥି ସିନେମା ପ୍ରଯୋଜକ ଅତିସ କୁମାର ରାଉତ ମନୋରଞ୍ଜନ ଜଗତର ଦୂରାବସ୍ଥା କଥା ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ରାଜନେତା ଜଗନ୍ନାଥ ପ୍ରଧାନ ଜନତାଙ୍କ ଦୁଃଖ ଦୁର୍ଦ୍ଦଶା ଓ ସେମାନଙ୍କ ମୌଳିକ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ସମାଜସେବୀ ଦୀପକ ମହାନ୍ତି ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଗୁରୁ ତଥା ଗବେଷକ ଧୀରଜ ମହାପାତ୍ର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଓଡ଼ିଶୀକୁ ଆଜିକାଲି ଗୁୁରୁତ୍ୱ ଦିଆଯାଉ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ପରେମଶ୍ୱର ଦାଶ । ବିଶ୍ୱମୁକ୍ତ ଗଣମାଧ୍ୟମ ଦିବସ ଅବସରରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରି ଉତ୍ସାହିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ରିପୋର୍ଟର ସତ୍ୟବ୍ରଦ ଦାସ, ସସ୍ମିତା ସାହୁ, ସସ୍ମିତା ମଲ୍ଲ, ଚଳଚ୍ଚିତ୍ର ଅଭିନେତା ବିଶ୍ୱରୂପ ମିଶ୍ର, ଅଭିନେତା ରାଜବୀର, ଅଭିନେତ୍ରୀ ଅନିଶା, ସ୍ୱାସ୍ଥ୍ୟ ଓ ସମାଜସେବୀ ସୁବୋଧ ସାମଲ, ଦୁଆରୀ ନୃତ୍ୟଶିଳ୍ପୀ କାର୍ତ୍ତିକ ମାଝୀ, ସମାଜସେବୀ ଶ୍ୱେତା ସାମୟାମି ନାୟକ, ଓଡ଼ିଶା ମିରରର ଦିଲ୍ଲୀପ କୁମାର ବିଶ୍ୱାଳ, ସମାଜସେବୀ ଦିଲ୍ଲୀପ ଦାସ, ବିଶ୍ୱବାଣୀ ରିପୋର୍ଟର ଲୋପାମୁଦ୍ରା ବିଶ୍ୱାଳ, ଅଭିନେତା ପ୍ରିୟଙ୍କର ପରମବୀର ପଣ୍ଡା, ଓଡ଼ିଶୀ ନୃତ୍ୟଶିଳ୍ପୀ ସାଗରିକା କୁଣ୍ଡୁ ଏବଂ ସମ୍ବାଦପତ୍ର ପାଠକ ମଙ୍ଗୁଳି ନାୟକ ପ୍ରମୁଖ ।୨୦୦୯ ମସିହାରୁ ‘ଡେନିମ୍ ଆଣ୍ଡ ବ୍ଲୁଜ’ ପକ୍ଷରୁ ପାଳିତ ହୋଇ ଆସୁଥିବା ବିଶ୍ୱମୁକ୍ତ ଗଣମାଧ୍ୟମ ଦିବସ ଚଳିତବର୍ଷ ‘ଓଡ଼ିଶା ମୈତ୍ର’ ଅନୁରୂପ ଭାବେ ସହଯୋଗ କରିଥିଲେ । ଏହାର ମୁଖ୍ୟ ଆୟୋଜକ ଥିଲେ ପ୍ରିୟାଂଶୁ ପ୍ରିୟଦେବ ଏବଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସତ୍ୟ ପାଣିଗ୍ରାହୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ