ବିଶ୍ୱରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତି ପାଳନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ମାନବ ଅଧିକାର ସୁରକ୍ଷା ମଞ୍ଚ ସମେତ ସହରର ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱରତ୍ନ ତଥା ଭାରତବର୍ଷର ସମ୍ବିଧାନ ପ୍ରଣେତା ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳନ ହୋଇଯାଇଛି l ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିସଭା ଆୟୋଜନ ହୋଇଥିଲା l ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡା. ଗୋପବନ୍ଧୁ ବେହେରା,ସଂସ୍କାରବାଦୀ ର ସଭାପତି ତ୍ରିନାଥ ମହାରଣା,ଶିକ୍ଷକ ସଂଗଠନର ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଓଁ ମର୍ଣ୍ଣିଙ୍ଗ ଲଫିଙ୍ଗ କ୍ଲବ ର ଜଟେଶ୍ୱର ସାବତ, ସୁରେନ୍ଦ୍ର ନାଥ ପଣ୍ଡା, ସୁବାଷ ଚନ୍ଦ୍ର ମିଶ୍ର, ଏସ. କେଶବ ଲିଙ୍ଗମ,କବିରାଜ ସାହୁ,ସରିତା ପଣ୍ଡା,କବିରାଜ ସେଠୀ,ରମେଶ ଚନ୍ଦ୍ର ସାହୁ,ଏସ.ଶାମ୍ବାଶିବା ରାଓ, ହୃଷିକେଶ ପାତ୍ର,ସୋମନାଥ ସାମନ୍ତରାୟ,ଗୌରୀ ଶଙ୍କର ମହାନ୍ତି,ଦୈତ୍ୟlରୀ ବେହେରା, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରି ଆମ୍ବେଦକରଙ୍କ ସଂଗ୍ରାମମୟ ଜୀବନ ଉପରେ ଆଲୋକପାତ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ