ବିଶ୍ୱରେକର୍ଡ଼ ଭାଙ୍ଗିଲେ ଓଡ଼ିଆ ପୁଅ ଅମନ୍ ଛତ୍ରିଆ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍‌) : ଭୁବନେଶ୍ୱର ଅନ୍ତର୍ଗତ ଫିଟ୍‌ନେସ୍ ହବ୍ ଜିମ୍‌ରେ ଗତ ଅଗଷ୍ଟ ୧୩  ତାରିଖରେ ଅନୁଷ୍ଠିତ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଫଳାଫଳ ଆଜି ଘୋଷଣା ହୋଇଛି । ଏକ ମିନିଟ୍‌ରେ ସର୍ବାଧିକ କିପ୍ ­ଅପ୍ସ ଓ ସର୍ବାଧିକ ନୋ ହ୍ୟାଣ୍ଡେଣ୍ଡ କିପ୍ ଅପ୍ସ ବ୍ରେକ ଡ଼୍ୟାନ୍ସ କରି ଦୁଇଟି ଦେଶର ରେକର୍ଡ଼କୁ ଭାଙ୍ଗିଛନ୍ତି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ôଝର ରାଜୁ ଛତ୍ର୍ରିଆ ଓ ମାଧୁରୀ ଛତ୍ରିଆଙ୍କ ସୁପୁତ୍ର ଅମନ୍ ଛତ୍ରିଆ । ଅମନ୍ ଏବେ ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲ କଲେଜରେ ଫାର୍ମାସୀ ଡ଼ିଗ୍ରୀ ଶେଷ ବର୍ଷର ଛାତ୍ର । ପୂର୍ବରୁ ଏହି ରେକର୍ଡ଼ ପାକିସ୍ତାନର ଜନୈକ ଯୁବକଙ୍କ ନାମରେ ରହିଥିଲା । ସେ ଏକ ମିନିଟ୍‌ରେ ୪୧ଥର କିପ୍ ଅପ୍ସ କରିଥିବାବେଳେ ଅମନ୍ ଏକ ମିନିଟ୍‌ରେ ୪୭ ଥର କରି ଏହି ରେକର୍ଡ଼କୁ ଭାଙ୍ଗି ଭାରତ ପାଇଁ ଏକ ବଡ଼ ସଫଳତା ଆଣି ଦେଇଛନ୍ତି । ସେହିପରି ମୋଷ୍ଟ ନୋ ହ୍ୟାଣ୍ଡେଣ୍ଡ କିପ୍‌ଅପ୍ସରେ ଇଜିପ୍ଟର ଜନୈକ ଯୁବକ ଏକ ମିନିଟ୍‌ରେ ୩୨ ଥର କରିଥିବା ବେଳେ ଅମନ୍ ଏକ ମିନିଟ୍‌ରେ ୩୭ଥର କରି ଏକ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିଛନ୍ତି । ଭୁବନେଶ୍ୱରସ୍ଥିତ ଫିଟ୍‌ନେସ୍ ଜିମ୍‌ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାକ୍ଷୀ ଭାବରେ ଡଃ ସତ୍ୟପୀର ପ୍ରଧାନ (ପଞ୍ଚ ମ୍ୟାନ୍ ଅଫ ଓଡ଼ିଶା) ଏବଂ ଡଃ ଚିତ୍ତ ରଞ୍ଜନ ସାହାଣୀ (ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ) ପ୍ରମୁଖ ଯୋଗ ଦେଇଥିଲେ । ସମୟ ରକ୍ଷକ ଭାବରେ ଗଜେନ୍ଦ୍ର ବାରିକ ଓ ଜଗଦେବ ଶର୍ମା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ରେକର୍ଡ଼କୁ ବ୍ରେକ୍ କରି ଅମନ୍ ନିଜ ଅଞ୍ଚଳ ସହ ଓଡ଼ିଶା ଓ ଭାରତର ନାମକୁ ଗୌରବାନ୍ୱିତ କରିଛନ୍ତି । ଯାହାଫଳରେ ଏବେ ଅମନ୍‌ଙ୍କ ନିକଟକୁ ଅନେକ ଶୁଭେଚ୍ଛାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ