ବିଶ୍ୱରେ ବଢ଼ୁଛନ୍ତି ମଦ୍ୟପ

ମଦ ପିଉଥିବା ଲୋକଙ୍କୁ ଭାରତରେ ଭଲ ବୋଲି କୁହାଯାଏ ନାହିଁ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ମଦ ପିଉଥିବା ଲୋକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଛି ଓ ଆଗକୁ ବଢ଼ିବ ମଧ୍ୟ । ମଦ ପିଉଥିବା ଲୋକମାନଙ୍କ ସମ୍ପର୍କରେ କରାଯାଇଥିବା ସମୀକ୍ଷାରୁ ଜଣାପଡ଼ିଛି ଯେ ୨୭ ବର୍ଷରୁ ଏହି ସ୍ତର ଶୀଘ୍ର ଶୀଘ୍ର ବଢ଼ି ବଢ଼ି ଚାଲିଛି । ଏକ ରିର୍ପୋଟରେ ପ୍ରକାଶିତ ହେଉଥିବା ସର୍ଭେରୁ ଜଣାପଡ଼ିଛି ଯେ ୨୦୧୦ ବର୍ଷରୁ ୨୦୧୭ ପର୍ଯ୍ୟନ୍ତ ମଦ ପିଉଥିବା ସଂଖ୍ୟାରେ ୩୦ ପ୍ରତିଶତ ବଢ଼ିଛି । ଏହା ଯଦି ବିଶ୍ୱସ୍ତର କଥା କୁହାଯାଏ, ତେବେ ଜଣାପଡ଼େ ଯେ ୧୯୯୦ ପରେ ମଦ ପିଉଥିବା ଲୋକଙ୍କ ସଂଖ୍ୟାରେ ୭୦ ପ୍ରତିଶତର ବୃଦ୍ଧି ହୋଇଛି । ଆଉ ଏକ ରିର୍ପୋଟରେ କୁହାଯାଇଛି ଯେ ୧୯୯୦ରୁ ୨୦୧୭ର ପର୍ଯ୍ୟନ୍ତ ଅଧିକ ଦେଶରେ ମଦୁଆଙ୍କ ସଂଖ୍ୟା ବାରମ୍ବାର ବଢ଼ିବାରେ ଲାଗିଛି । ଏହି ଅଧ୍ୟୟନ ଅନୁସାରେ ବୈଜ୍ଞାନିକମାନେ କହିଛନ୍ତି ଯେ ଏମିତି ଯଦି ହେବ ତେବେ ଦେଶ କେବେ ବି ଠିକ୍ ଦିଗରେ ଯାଇପାରିବ ନାହିଁ । ୨୦୩୦ ମସିହା ବେଳକୁ ଏହି ସ୍ଥିତି ଆହୁରି ଖରାପ ହୋଇଯିବ । ଜର୍ମାନିର ଟିଉ ଡ୍ରେସଦେନ୍ର ଗବେଷେମାନେ ମଧ୍ୟ ଭାରତରେ ଏହି ରିର୍ପୋଟର ସ୍ତର ପାଇଛନ୍ତି । ଯେଉଁଥିରେ କୁହାଯାଉଛି ଯେ ଭାରତରେ ୨୦୧୦କୁ ନେଇ ୨୦୧୭ ମଝିରେ ମଦର ସ୍ତର ୩୦ ପ୍ରତିଶତ ବଢ଼ି ସବୁ ବର୍ଷ ୪.୩ ରୁ ୫.୯ ଲିଟର ପ୍ରତି ବର୍ଷ ବିକାଯାଉଛି । ଏହାଛଡ଼ା ଆମେରିକାରେ ମଦର ସ୍ତର ୯.୩ ବଢ଼ିକି ୯.୮ ହୋଇଛି । ଚୀନର ମଦର ସ୍ତର ୭.୧ରୁ ବଢ଼ି ୭.୪ ହୋଇଛି । ୧୯୯୦ ପରେ ବିଶ୍ୱରେ ମଦ ଉପଭୋଗ ଦର ୭୦ ପ୍ରତିଶତ କୁହାଯାଇଛି । ଏହି ସର୍ଭେ ରିପୋର୍ଟ ଅନୁସାରେ ୧୯୯୦ରେ ଏହି ସ୍ତର ୨୦୯୯.୯ କୋଟି ଲିଟର ଥିଲା । ଏବେ ୨୦୧୭ରେ ବୃଦ୍ଧି ହୋଇ ୩୫୬୭.୬ କୋଟି ଲିଟର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ