ବିଶ୍ୱରେ ସବୁଠାରୁ ଅଧିକ କ୍ରେଡିଟ କାର୍ଡ ରଖିଥିବା ବ୍ୟକ୍ତି

‘ଗିନିଜ ବୁକ୍’ ଅନୁଯାୟୀ କାଲିଫର୍ଣ୍ଣିଆ ଅନ୍ତର୍ଗତ ସାନ୍ତା କ୍ଲାରାର ୱାଲଟର କାଭାନା ବିଶ୍ୱରେ ସବୁଠାରୁ ଅଧିକ ବୈଧ କ୍ରେଡିଟ୍ କାର୍ଡ ରଖିଛନ୍ତି । ତାଙ୍କ ପାଖରେ ମୋଟ ୧୪୯୭ଟି ବୈଧ କ୍ରେଡିଟ କାର୍ଡ ଅଝି ଏବଂ ସେ ସବୁତକ ବ୍ୟବହାର କରୁଛନ୍ତି । ଏହା ଛଡ଼ା ସେ ମଧ୍ୟ ବିଶ୍ୱର ସବୁଠାରୁ ଲମ୍ବା ୱାଲେଟର ମାଲିକ । ୱାଲେଟର ଓଜନ ୧୭.୨ କିଲୋଗ୍ରାମ ଏବଂ ସେଥିରେ ଆଠ ଶହ କ୍ରେଡିଟ କାର୍ଡ ରହିପାରୁଛି । ଅବଶିଷ୍ଟ କାର୍ଡ ସେ ବ୍ୟାଙ୍କ ଲକରରେ ରଖିଛନ୍ତି । କାଭାନା ମାର୍କିନ ସେନାର ଅବସରପ୍ରାପ୍ତ କର୍ମଚାରୀ । ଜଣେ ବନ୍ଧୁଙ୍କ ସହ ବାଜି ଲଗାଇ ସେ କ୍ରେଡିଟ୍ କାର୍ଡ ସଂଖ୍ୟା ବଢ଼ାଇବା ଆରମ୍ଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ