ବିଶ୍ୱର ବୃହତ୍ତମ ନିଛାଟିଆ ହ୍ରଦ “ତୁର୍କାନା ହ୍ରଦ’
ଆଫ୍ରିକାର ବଡ଼ ହ୍ରଦଗୁଡ଼ିକ ମଧ୍ୟରେ ତୁର୍କାନା ଅନ୍ୟତମ । ଏହାର ଅନ୍ୟ ନାମ- ଲେକ୍ ରୁଡୋଲଫ୍ ତଥା ଜେଡ୍ ସି । ଏହା ୧୬୧,୪୮୫ ହେକ୍ଟର୍ ଏକର୍ ଅଞ୍ଚଳକୁ ବ୍ୟାପ୍ତ । ଏହା ପୂର୍ବ ଆଫ୍ରିକାର ସବୁଠାରୁ ଲବଣାକ୍ତ ହ୍ରଦ । ଏହା ଏକ ଜାତୀୟ ଉଦ୍ୟାନ । ଏହା ବିଶ୍ୱର ବୃହତ୍ତମ ନିଛାଟିଆ ହ୍ରଦ । ଏହାର ଆଖପାଖରେ ଜନବସତି ପ୍ରାୟ ନାହିଁ । ହ୍ରଦକୁ ଘେରିରହିଥିବା ସ୍ଥଳ-ଭାଗର ଅଧିକାଂଶ ଅତ୍ୟନ୍ତ ଶୁଷ୍କ ଓ ଟାଙ୍ଗରା । ଜୀବନ୍ତ ପ୍ରାଣୀ ଓ ବୃକ୍ଷଲତା ସଂଖ୍ୟା ଅତି ସୀମିତ । ତୁର୍କାନାର ଲମ୍ବ ୨୪୯ କିଲୋମିଟର୍ ଏବଂ ସବୁଠାରୁ ଓସାରିଆ ସ୍ଥାନର ଓସାର ୪୪ କିଲୋମିଟର୍ । ଗଭୀରତମ ସ୍ଥାନର ଗଭୀରତା ୩୦ ମିଟର୍ । ସ୍ଥାନଟି କୁମ୍ଭୀର, ଜଳହସ୍ତୀ ଓ ବିଭିନ୍ନ ପ୍ରକାରର ବିଷାକ୍ତ ସାପଙ୍କ ଏକ ମୁଖ୍ୟ ପ୍ରଜନନ ଭୂଇଁ । ୧୯୯୭ରେ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତା ମିଳିଥିଲା । ତୁର୍କନା ହ୍ରଦ ଏବେ ବିପଦ ମୁହଁରେ । ଓମୋ ନଦୀର ଜଳ ଦ୍ୱାରା ଏହା ପରିପୁଷ୍ଟ । ଇଥିଓପିଆରେ ଏହି ନଦୀ ଉପରେ ବିଶାଳ ବନ୍ଧ ନିର୍ମାଣ କାରଣରୁ ତୁର୍କାନାରେ ଜଳ ପରିମାଣ ହ୍ରାସ ପାଉଛି । ଯଦି ଏହି ଧାରା ଅବ୍ୟାହତ ରହେ, ଭବିଷ୍ୟତରେ ଏହି ହ୍ରଦ ଜଳଶୂନ୍ୟ ହୋଇଯାଇପାରେ ।