ବିଶ୍ୱର ସବୁଠାରୁ ଛୋଟ କାଳୀ ମୂର୍ତ୍ତୀ ତିଆରି କରି ନିଜ ରେକର୍ଡ ଭାଙ୍ଗିଲେ ଶିଳ୍ପୀ ସତ୍ୟ ନାରାୟଣ

ବେଲଗୁଣ୍ଠା,( ଶିବରାମ ଚୌଧୁରୀ): ବ୍ରହ୍ମପୁରର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା I ଚକ୍ ହେଉ ଅବା ସାବୁନ୍, ପ୍ରତ୍ୟକ ବସ୍ତୁ ତାଙ୍କର କର ସ୍ପର୍ଶରେ ହୋଇ ଉଠେ ଜୀବନ୍ତ I ଶିଳ୍ପୀ ଶ୍ରୀ ମହାରଣା ନିଜର ପ୍ରତିଭା ପାଇଁ କେବଳ ବ୍ରହ୍ମପୁର କିମ୍ବା ଗଞ୍ଜାମ ନୁହେଁ ସାରା ବିଶ୍ୱରେ ଆଜି ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି I ଗତ ୧୨ ବର୍ଷ ମଧ୍ୟରେ ନିଜର ପ୍ରଚେ଼ଷ୍ଟା ବଳରେ କଳାକୃତି ପାଇଁ ସାଉଁଟିଛନ୍ତି ଅନେକ ସଫଳତା ,ପ୍ରତିଷ୍ଠା କରିଛନ୍ତି ଏକାଧିକ ବିଶ୍ୱ ରେକର୍ଡ଼ I ଆଜି ପୁଣି ସେ ନିଜର ଏକ ବିଶ୍ୱ ରେକର୍ଡ଼ ଭାଙ୍ଗିଛନ୍ତି ବିଶ୍ଵର କ୍ଷୁଦ୍ରତମ କାଳୀ ମୂର୍ତ୍ତୀ ନିର୍ମାଣ କରି I ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ବିଶ୍ୱର ସବୁଠାରୁ ଛୋଟ କାଳୀ ମୂର୍ତ୍ତୀ ତିଆରି କରି ନିଜ ରେକର୍ଡ଼କୁ ନିଜେ ଭାଙ୍ଗିଛନ୍ତି । ଶିଳ୍ପୀ ଶ୍ରୀ ମହାରଣା କାଠ, ଚକ୍, ପଥର ଏବଂ ମାଟି ବ୍ୟବହାର କରି ବିଶ୍ୱର ସବୁଠାରୁ ଛୋଟ କାଳୀ ମୂର୍ତ୍ତୀ ତିଆରି କରିଛନ୍ତି ଯାହା ତାଙ୍କର ୨୦୧୭ ବିଶ୍ୱ ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛି I ସୂଚନା ଥାଉକି ଶିଳ୍ପୀ ଶ୍ରୀ ମହାରଣା ୨୦୧୭ ରେ ମଧ୍ୟ ସବୁଠାରୁ ଛୋଟ କାଳୀ ମୂର୍ତ୍ତୀ ତିଆରି କରି ଏକ ବିଶ୍ୱ ରେକର୍ଡ଼ ସ୍ଥାପନ କରିଥିଲେ I ଶ୍ରୀ ମହାରଣା ଚକ୍ ରେ ତିଆରି କରିଥିବା ମୂର୍ତ୍ତୀ ଗୁଡ଼ିକର ଉଚ୍ଚତା ୫ ମି.ମି.,୧.୫ ସେ.ମି.,୨ ସେ.ମି. ହୋଇଥିବା ବେଳେ କାଠ ମୂର୍ତ୍ତୀ ଗୁଡ଼ିକର ଉଚ୍ଚତା ୧.୮ ସେ.ମି , ୩ ସେ.ମି. ଏବଂ ପଥର ମୂର୍ତ୍ତୀଟିର ୧ ଉଚ୍ଚତା ସେ.ମି. ଅଟେ I ସୋରଡ଼ା ଅଞ୍ଚଳର ସୁବାଷ ଚନ୍ଦ୍ର ମହାରଣା ଏବଂ ସୁବାସିନୀ ମହାରଣାଙ୍କ ସୁପୁତ୍ର ସତ୍ୟ ନାରାୟଣ ମହାରଣା ନିଜ ବଡ ଭାଇ ସଞ୍ଜୟ କୁମାର ମହାରଣାଙ୍କ ପ୍ରେରଣାରେ ୧୨ ବର୍ଷ ହେଲା ବାଲି, ସାବୁନ୍, ଚକ୍, ଲୁଣ, ପତ୍ର, ପେନ୍ସିଲ୍, କାଠ, ପଥର ପ୍ରଭୃତିରେ ବିଭିନ୍ନ ପ୍ରକାରର କାରୁ କାର୍ଯ୍ୟ ନିର୍ମାଣ କରି ୩୦ ରୁ ଅଧିକ ବିଶ୍ୱ ରେକର୍ଡ଼ ସ୍ଥାପନ କରି ସାରିଲେଣି I ଶିଳ୍ପୀ ଶ୍ରୀ ମହାରଣା ଏଥର ଦୀପାବଳିରେ ବାଣ ନ ଫୁଟାଇ ମାଟି ଦୀପ ଜାଳି ଦୀପାବଳି ପାଳନ କରିବା ପାଇଁ ସମାଜକୁ ବାର୍ତ୍ତା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ