ବିଶ୍ୱର ସବୁଠାରୁ ହାଲୁକା ମିଠା
ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ! ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି । ବିଶ୍ୱରେ ଅନେକ ପ୍ରକାରର ମିଠା ମିଳିଥାଏ । ଭାରତରେ ତ ଏହାର ସଂଖ୍ୟା ଅନେକ । ହେଲେ ଏମିତି ଏକ ମିଠା ବିଷୟରେ ଆମେ ଜାଣିବା ଯାହା ସବୁଠାରୁ ଭିନ୍ନ । କେହି କେବେହେଲେ ଏମିତି ମିଠା ବିଷୟରେ କେବେ କଳ୍ପନା ମଧ୍ୟ କରି ନ ଥିବେ । ବ୍ରିଟେନ୍ର ଜଣେ ମିଠା ଦୋକାନୀ ବିଶ୍ୱର ସବୁଠାରୁ ହାଲୁକା ମିଠା ତିଆରି କରିଛନ୍ତି । ଏହାର ବିଶେଷତ୍ୱ ହେଉଛି, ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକଙ୍କ ସହାୟତା ନିଆଯାଇଛି । ଏହି ମିଠାର ଓଜନ ମାତ୍ର ୧ ଗ୍ରାମ୍ । ଏଥିରେ ୯୬% ବାୟୁ ରହିଥିବା ବେଳେ ମାତ୍ର ୪% ମିଠା ରହିଛି । ଏହି ମିଠାକୁ ଲଣ୍ଡନରେ ଥିବା ଡିଜାଇନର ଷ୍ଟୁଡିଓ ବୋମପାସ ଆଣ୍ଡ୍ ପାର କାରିଗରମାନେ ଏରୋଜେଲେକ୍ସ ଲାବୋରେଟରୀର ବୈଜ୍ଞାନିକଙ୍କ ସହ ମିଶି ତିଆରି କରିଛନ୍ତି । ଏହାକୁ ଜର୍ମାନର ହୈମବର୍ଗରେ ତିଆରି କରାଯାଇଛି । ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକମାନେ ସର୍ବପ୍ରଥମେ ବିଶ୍ୱର ସବୁଠାରୁ ହାଲୁକା ସଲିଡ୍ ପଦାର୍ଥକୁ ଖାଇବାଯୋଗ୍ୟ କରିଥିଲେ । ପରେ ସେଥିରେ ମିଠା ତିଆରି କଲେ । ଏହି ମିଠାକୁ ଆରୋୱେଲ୍ରୁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । ଆରୋୱେଲ ବିଶ୍ୱର ସବୁଠାରୁ ହାଲୁକା ପଦାର୍ଥ । ତେବେ ଏହି ମିଠାର ସ୍ୱାଦ କିପରି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।


