ବିଶ୍ୱର ସବୁଠୁ ଉଚ୍ଚ ସୁଇମିଂ ପୁଲ୍ : ୧୧୫ ଫୁଟ ଉପରେ ଝୁଲି ରହିଛି

ସାଧାରଣତଃ ସୁଇମିଂ ପୁଲ୍ ତଳେ ନିର୍ମାଣ କରାଯାଇଥାଏ । କିନ୍ତୁ ବ୍ରିଟେନ୍ରେ ଏମିତି ଏକ ସୁଇମିଂ ପୁଲ୍ ରହିଛି, ଯାହାର ନିର୍ମାଣ ଶୈଳୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦକ୍ଷିଣ ବ୍ରିଟେନ୍ର ଦୁଇ ଆପାର୍ଟମେଣ୍ଟ ମଝିରେ ଝୁଲିଲା ପରି ରହିଛି ଏହି ପୁଲ୍ । ଦୁଇ କୋଠା ମଧ୍ୟରେ ୧୧୫ ଫୁଟ ଉଚ୍ଚରେ ଏହା ନିର୍ମାଣ କରାଯାଇଛି । ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ । ଏହାର ଗଭୀର ୩ ମିଟର ଏବଂ ଲମ୍ବ ୨୫ ମିଟର । ତଳେ ଠିଆ ହୋଇ ପୁଲ୍କୁ ଚାହିଁଲେ ସନ୍ତରଣକାରୀଙ୍କୁ ବେଶ୍ ଭଲ ଭାବେ ଦେଖି ହେବ । ପୁଲ୍ର ଉପଯୋଗକର୍ତ୍ତା ଦୁଇ କୋଠା ମଝିରେ ପହଁରିବା ପାଇଁ ଅନୁମତି ମଧ୍ୟ ଦେଇସାରିଛନ୍ତି । କାରଣ ଡବଲ ପର୍ସ ଅନୁସାରେ ଏହାର ନିର୍ମାଣ କରାଯାଇଛି । ବର୍ତ୍ତମାନ କଲରାଡୋରେ ଏହାର ଶେଷ ପରୀକ୍ଷା ଚାଲୁରହିଥିବାବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି । ଆଗାମୀ ଗ୍ରୀଷ୍ମ ଋତୁରେ ଏହା ଖୋଲିବାକୁ ଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ