ବିଶ୍ୱର ସବୁଠୁ ଛୋଟ ମ୍ୟୁଜିୟମ

ଦିନ ଥିଲା ଲୋକେ ଲ୍ୟାଣ୍ଡଫୋନ୍ରେ କଥା ହେଉଥିଲେ । ବୁଥ୍କୁ ଯିବା ପାଇଁ ଧାଡ଼ିରେ ଠିଆ ହେଉଥିଲେ । ବର୍ତ୍ତମାନ ସମୟ ବଦଳିଯାଇଛି । ସମସ୍ତଙ୍କ ହାତରେ ମୋବାଇଲ । ମାତ୍ର ଏମିତି ଏକ ସଂସ୍ଥା ରହିଛି ଯେ କି ଟେଲିଫୋନ୍ ବୁଥ୍କୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି । ବ୍ରିଟେନ୍ର ଏକ ଟେଲିଫୋନ୍ ବୁଥକୁ ମ୍ୟୁଜିୟମ କରିଦିଆଯାଇଛି । ଫଳରେ ଏହାକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଛି । ଲଣ୍ଡନର ୟର୍କସାୟାରର ପଶ୍ଚିମ ଭାଗରେ ଏକ ପୁରୁଣା ଟେଲିଫାନ୍ ବୁଥକୁ ଏପରି ମ୍ୟୁଜିୟମର ରୂପ ଦିଆଯାଇଛି। ବ୍ରିଟିଶ ଟେଲି କମ୍ୟୁନିକେଶନ ଅବ୍ୟବହୃତ ୪୩ ଟେଲିଫୋନ୍ ବୁଥକୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ୱର୍ଲେ କମ୍ୟୁନିଟି ସେଣ୍ଟର ଏହାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରିଛି । ଏହି ସଂସ୍ଥା କିଛି ପୁରୁଣା ଜିନିଷ ସଂଗ୍ରହ କରି ଏହି ଟେଲିଫୋନ୍ ବୁଥ୍ରେ ରଖିଛି । ୨୦୦୮ ମସିହାରୁ ଉକ୍ତ ସଂସ୍ଥା ଏପରି ପ୍ରୟାସ ଜାରି ରଖିଛି । ପ୍ରତିଦିନ ଏହି ଟେଲିଫୋନ୍ ବୁଥ୍ ଅର୍ଥାତ୍ ମ୍ୟୁଜିୟମ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଛି । ଏହି ମ୍ୟୁଜିୟମର ନାଁ ହେଲା “ଦେ ମେ ପୋଲ୍ ଇନ୍’ । ଏହା ବିଶ୍ୱର ସବୁଠୁ ଛୋଟ ମ୍ୟୁଜିୟମ । ୩୬ ବର୍ଗଫୁଟରେ ଏହା ନିର୍ମାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ