ବିଶ୍ୱର ସବୁଠୁ ମହଙ୍ଗା ଆଳୁ ଚିପ୍ସ୍

ଭାରତରେ ଆଳୁ ଚିପ୍ସ୍ ପ୍ୟାକେଟ୍ ଅତି କମ୍ରେ ୧୦ କି ୧୫ ଟଙ୍କାରେ ମିଳିଯାଉଛି । କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ୪ ହଜାର ଟଙ୍କା ଦେଲେ ମାତ୍ର ୫ ପିସ୍ ଆଳୁ ଚିପ୍ସ୍ ମିଳୁଛି । ସ୍ୱିଡେନର ଏକ କମ୍ପାନୀ ଏଭଳି ମହଙ୍ଗା ଆଳୁ ଚିପ୍ସ୍ ପ୍ରସ୍ତୁତ କରିଛି । ସେଣ୍ଟ ଏରିକ୍ସ ବ୍ରୁଭରି ନାମକ ଏହି କମ୍ପାନୀ ଆଳୁ ଚିପ୍ସ୍ ପ୍ୟାକେଟ୍ ବଜାରକୁ ଛାଡିଛି । ଯେଉଁଥିରେ ମାତ୍ର ୫ଟି ଚିପ୍ସ୍ ରହିଛି । ଯାହାର ମୂଲ୍ୟ ୩,୯୯୩.୬୪ ଟଙ୍କା । ଏବେ ଆପଣ ଭାବୁଥିବେ, ଏହି ଆଳୁ ଚିପ୍ସ୍ରେ ଏମିତି କ’ଣ ଅଛି ଯାହା ଦାମ୍ ଏତେ ଟଙ୍କା । ତେବେ ଏହି ଆଳୁ ଚିପ୍ସ୍ ପ୍ୟାକେଟଟି ଦେଖିବାକୁ ଜୁଏଲାରୀ ବକ୍ସ ଭଳି । କମ୍ପାନୀ କହିବା ମୁତାବକ ଚିପ୍ସ୍ ପ୍ରସ୍ତୁତିରେ ଯେଉଁସବୁ ମସଲା ଦିଆଯାଇଛି ତାହାର ବଜାର ମୂଲ୍ୟ ଆକାଶଛୁଆଁ । ତେଣୁ ଚିପ୍ସ୍ ମୂଲ୍ୟ ଅଧିକ ରହିବା ସ୍ୱାଭାବିକ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ