ବିଶ୍ୱର ସବୁଠୁ ମହଙ୍ଗା ଫଳ

ସାଧାରଣତଃ ବଜାରରେ ସେଓ, ଅଙ୍ଗୁର, ତରଭୁଜ କିମ୍ବା ସପୁରୀ ଭଳି ଫଳ ୧୦୦ରୁ ୨୦୦ଟଙ୍କା ଭିତରେ ମିଳିଯାଏ । କିନ୍ତୁ ବିଶ୍ୱରେ ଏମିତି କିଛି ଫଳ ଅଛି ଯାହାର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ । ଜାଣନ୍ତୁ କିଛି ମହଙ୍ଗା ଫଳ ବିଷୟରେ ।
ରୁବି ରୋମନ ଗ୍ରେପ୍ସ
ବିଶ୍ୱର ସବୁଠୁ ମହଙ୍ଗା ଅଙ୍ଗୁର ଭାବେ ରୁବି ରୋମନ ଗ୍ରେପ୍ସର ଖ୍ୟାତି ରହିଛି । ଏକ କିଲୋ ରୁବି ରୋମନ ଅଙ୍ଗୁରର ମୂଲ୍ୟ ୫୦ଲକ୍ଷ ଟଙ୍କା ।
ଡେକୋପାନ୍ ସିଟର୍ସ
ଡେକୋପାନ୍ ସିଟର୍ସ ଏକ ପ୍ରକାର କମଳା । ଏହା ବିଶ୍ୱର ସବୁଠୁ ସ୍ୱାଦିଷ୍ଟ ଆଉ ମିଠା କମଳା ଭାବେ ପରିଗଣିତ ହୋଇଥାଏ । ଏହାକୁ କିଣିବା ହେଲେ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।
ସୌକାଇ ଇଞ୍ଚି ଆପୁଲ୍
ଜାପାନ୍ରେ ସୌକାଇ ଇଞ୍ଚି ସେଓ ଜାପାନରେ ମିଳେ । ଏହା ଦେଖିବାକୁ ବିରାଟ ବଡ଼ । ଗୋଟିଏ ସେଓ ଏକ କିଲୋରୁ ଊଦ୍ଧ୍ୱର୍ । ଏହି ସେଓରୁ ମୂଲ୍ୟ ୧୩୦୦ରୁ ୧୪୦୦ ହୋଇଥାଏ ।
ସ୍କ୍ୱାୟାର୍ ତରଭୁଜ
ସାଧାରଣତଃ ଭାରତରେ ତରଭୁଜଗୁଡିକ ଗୋଲାକାର ହୋଇଥାଏ । କିନ୍ତୁ ଜାପାନରେ ସ୍କ୍ୱାୟାର୍ ତରଭୁଜ ଦେଖିବାକୁ ମିଳେ । ହୃଦୟ ଆକୃତିର ଏହି ତରଭୁଜର ମୂଲ୍ୟ ୫୦ ହଜାର ଟଙ୍କା ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ