ବିଶ୍ୱର ସବୁଠୁ ଲମ୍ବା ଜିଭ ଥିବା ବ୍ୟକ୍ତି
ଦୁନିଆରେ ଏଭଳି କିଛି ଲୋକଙ୍କୁ ଦେଖିଥିବେ, ଯେଉଁମାନେ ନିଜର ଅଦ୍ଭୁତ କଳା କାରନାମା ପାଇଁ ବିଶ୍ୱବାସୀଙ୍କୁ ଚକିତ କରି ରଖିଥାନ୍ତି । ଏମିତି ଜଣେ ବ୍ୟକ୍ତି ହେଲେ ନେପାଳର ଯଜ୍ଞ ବାହାଦୂର କଟୁୱାଲ୍ । ଶୁଣିବାକୁ ମିଳୁଛି, ବ୍ୟକ୍ତିଙ୍କ ଜିଭ ଏତେ ଲମ୍ବା ଯେ ସେ ଖୁବ୍ ସହଜରେ ତା\’ ସାହାଯ୍ୟରେ ମଥାକୁ ଚାଟିପାରନ୍ତି । ଯଜ୍ଞଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସେ ଜିଭକୁ ଲମ୍ବା କରି ମଥା ପର୍ଯ୍ୟନ୍ତ ନେଉଥିବାର ଦୃଶ୍ୟ ଭିଡିଓରେ ରହିଛି । ଯଜ୍ଞଙ୍କ କହିବା ଅନୁସାରେ, ସେ ଖୁବ୍ ସହଜରେ ଜିଭ ଦ୍ୱାରା ନାକକୁ ସମ୍ପୂର୍ଣ୍ଣ ଢାଙ୍କି ବି ପାରୁଛନ୍ତି । ଯଜ୍ଞଙ୍କର ଜଣେ ବନ୍ଧୁ ଭିଡିଓକୁ ସୋସିଆଲ୍ ମିଡିଆରେ ଛାଡ଼ିବା ପରେ ବହୁଳ ମାତ୍ରାରେ ଶେୟାର୍ କରାଯାଉଛି । ଏହି ଭିଡିଓ ପାଇଁ ଯଜ୍ଞ ଏବେ ବେଶ୍ ଲୋକପ୍ରିୟ ହେବାକୁ ଆରମ୍ଭ କଲେଣି । ଜିଭ ଦ୍ୱାରା ନାକକୁ ଢାଙ୍କିବା ଏବଂ ମଥା ଚାଟିକା କିଛି କମ୍ କଥା ନୁହେଁ । ବଡ଼ ବଡ଼ ମହାରଥୀ ବି ଏଭଳି କାରନାମା କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଯଜ୍ଞଙ୍କ ପ୍ରୟାସକୁ ସବୁଆଡ଼ୁ ପ୍ରଶଂସିତ କରାଯାଉଛି । ଏବେ ସେ ସବୁଠୁ ଲମ୍ବା ଜିଭ ଥିବା ବ୍ୟକ୍ତି ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବାକୁ ଚେଷ୍ଟା ଚଳାଇଛନ୍ତି ।


