ବିଶ୍ୱର ସବୁଠୁ ଲମ୍ବା ୱାଟର ସ୍ଲାଇଡ୍
ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ପାଇଁ ମାଲେସିଆର ଏସ୍କେପ୍ ଥିମ୍ ପାର୍କରେ ୧୧୪୦ ମିଟରର ଏକ ୱାଟର ସ୍ଲାଇଡ୍ ନିର୍ମାଣ କରାଯାଇଛି । ଯାହା ବିଶ୍ୱର ସବୁଠୁ ଲମ୍ବା ୱାଟର ସ୍ଲାଇଡ୍ । ଏହା ଆସନ୍ତା ଅଗଷ୍ଟରେ ଓପନ୍ ହେବ । ଥିମ୍ ପାର୍କର ମୁଖ୍ୟ କାର୍ଯ୍ୟ ଅଧିକାରୀ ସିମ୍ ଚୁ ସାଙ୍ଗ୍ କୁହନ୍ତି, ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲଡରେ ସ୍ଥାନ ପାଇବାକୁ ଯାଉଛି । ଅବଶ୍ୟ ଏହା ପୂର୍ବରୁ ୨୦୧୫ରେ ନ୍ୟୁଜର୍ସିଠାରେ ୬୦୫ ମିଟର ଲମ୍ବ ବିଶିଷ୍ଟ ୱାଟର ସ୍ଲାଇଡ୍ ନିର୍ମାଣ କରାଯାଇଥିଲା । କିନ୍ତୁ ଥିମ୍ ପାର୍କରେ ନିର୍ମିତ ୱାଟର ସ୍ଲାଇଡ୍ ସବୁଠୁ ଲମ୍ବ । ଏଥିରେ ପର୍ଯ୍ୟଟକଙ୍କୁ ଖସିବା ପାଇଁ ମାତ୍ର ୪ ମିନିଟ୍ ଲାଗିବ । ପାର୍କର କାର୍ଯ୍ୟ ଅଧିକାରୀ କୁହନ୍ତି, ୱାର୍ଲଡ ରେକର୍ଡ ପାଇଁ ଏହା ନିର୍ମାଣ କରାଯାଇନାହିଁ । ମାତ୍ର ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପାର୍କର ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ବହୁ ଉଚ୍ଚରୁ ଦେଖିପାରିବା ସହ ଆଖପାଖରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ୍ ଭଲ ଭାବେ ଉପଭୋଗ କରିପାରିବେ । ବିଶ୍ୱ ରେକର୍ଡ ଭାଙ୍ଗିବା ଆମର ଲକ୍ଷ୍ୟ ନୁହେଁ, କିନ୍ତୁ ଏହି ୱଟର ସ୍ଲାଇଡ୍ଟି ଗିନିଜ୍ ବୁକ୍ରେ ସ୍ଥାନ ପାଇବାକୁ ଯାଉଥିବାରୁ ଆମେ ଗର୍ବିତ ବୋଲି କୁହନ୍ତି ପାର୍କର ଅଧିକାରୀ ।
ଗୋଟିଏ ଅକ୍ଷର ଭୁଲ ହେତୁ ଗନ୍ତବ୍ୟସ୍ଥଳରୁ ୧୪୦୦ କି.ମି ଦୂର ପହଞ୍ଚିଲେ ବୃଦ୍ଧ ଆମମାନଙ୍କ ଦ୍ୱାରା ହେଉଥିବା ଛୋଟଛୋଟ ଭୁଲ ପାଇଁ ଅନେକ ସମୟରେ ପସ୍ତାଇବାକୁ ପଡିଥାଏ । ପୁଣି କେତେବେଳେ ଏହି ଛୋଟ ଭୁଲ ଆମକୁ ସମସ୍ୟା ଭିତରକୁ ଟାଣି ନେଇଥାଏ । ଯେମିତି ଏହିପରି ଏକ ଭୁଲ ପାଇଁ ଜଣେ ବୃଦ୍ଧଙ୍କୁ ଅନେକ କଷ୍ଟ ସହିବାକୁ ପଡିଥିଲା । ପରେ ସେ ତାଙ୍କ ଭୁଲ ବୁଝିବା ବେଳକୁ ଅନେକ ଡେରି ହୋଇଯାଇଥିଲା । ତେବେ ତାଙ୍କର ଗୋଟିଏ ଅକ୍ଷର ଭୁଲ ତାଙ୍କୁ ୧୪୦୦ କି.ମି. ଦୂରକୁ ନେଇ ଯାଇଥିଲା । ଏହି ଘଟଣା ଘଟିଛି ଭେଟେରାନ୍ ବୋରଲିନ୍ର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ କ୍ଷେତ୍ରରେ । ମିଡିଆ ରିପୋର୍ଟ ଅନୁଯାୟୀ, ବୃଦ୍ଧଙ୍କର ରୋମାନ୍ କ୍ୟାଥଲିକ୍ ଧର୍ମ ସମ୍ପ୍ରଦାୟର ସର୍ବପ୍ରଧାନ ଅଧ୍ୟକ୍ଷ (ପାପ୍)ଙ୍କୁ ଭେଟିବାକୁ ଥିଲା । ଏଣୁ ସେ ତାଙ୍କ କାର ଯାଗେ ବୋରଲିନ୍ରୁ ରୋମ ବାହାରି ପଡିଲେ । ଏନେଇ ସେ ନାଭିଗେଶନ ଆପ୍ର ସହାୟତା ନେଇଥିଲେ । ଅନେକ ସମୟ ଯାତ୍ରା ପରେ ଆପ୍ ତାଙ୍କୁ ଜଣାଇଥିଲା ସେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଗଲେ । ମାତ୍ର ସେଠାରେ ବୃଦ୍ଧ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ତାଙ୍କୁ ସେଠାରେ ପୋପ୍ ମିଳିଲେ ନା ତାଙ୍କ ପ୍ରାସାଦ । ଅନେକ ଖୋଜାଖୋଜି ପରେ ଯେତେବେଳେ ପ୍ରାସାଦ ମିଳି ନଥିଲା, ସେ ଲୋକଙ୍କୁ ପଚରାଉଚୁରା କରିବା ଆରମ୍ଭ କରିଦେଲେ । ପରେ ଜାଣିଲେ ଯେ, ସେ ରୋମ୍ରେ ଅଛନ୍ତି । ଏଥିରେ ତାଙ୍କ ଚିନ୍ତା ଆହୁରି ଅଧିକ ବଢ଼ିଗଲା । ଯଦି ସେ ଗନ୍ତବ୍ୟ ସ୍ଥଳରେ ଅଛନ୍ତି, ତେବେ କିପରି ପୋପ୍ଙ୍କ ପ୍ରାସାଦ ପାଇପାରୁ ନାହାନ୍ତି । ଶେଷରେ ଜାଣିଲେ ଯେ, ଯେଉଁ ରୋମରେ ଅଛନ୍ତି, ତାହା ପଶ୍ଚିମ ଜର୍ମାନୀର ରୋହିନ ୱେଷ୍ଟଫାଲିଆ । ଅପରପକ୍ଷେ ବୃଦ୍ଧ ଜଣଙ୍କ ନାଭିଗେଶନରେ ଯେଉଁ ସ୍ପେଲିଂ ଲେଖିଥିଲେ ତାହା ଜଙ୍ଗ୍ ଜଙଗ ଥିଲା, ଏହା ଜଙଗଋ ହେବା କଥା । ଏହି ଗୋଟିଏ ଅକ୍ଷର ପାଇଁ ସେ ତାଙ୍କ ଗନ୍ତବ୍ୟସ୍ଥଳଠାରୁ ୧୪୦୦ କି.ମି. ଦୂରକୁ ଚାଲିଯାଇଥିଲେ ।


