ବିଶ୍ୱର ସର୍ବୋକ୍ରୃଷ୍ଟ ବିମାନବନ୍ଦର

ସ୍କାଏଟ୍ରାକ୍ସର ବ୍ୟାଙ୍କିଙ୍ଗ ସାଇଟ୍ ତରଫରୁ ୨୦୧୮ ବର୍ଷର ସର୍ବୋକ୍ରୃଷ୍ଟ ବିମାନବନ୍ଦରର ଏକ ତାଲିକା କରାଯାଇଥିଲା । ଏହି ସର୍ଭେରେ ୧୦ଟି ବିମାନବନ୍ଦର ଆଗକୁ ଆସିଛି । ଏହି ତାଲିକାରେ ସିଙ୍ଗାପୁରର ଚାଙ୍ଗି ଏୟାରପୋର୍ଟ ପ୍ରଥମ ସ୍ଥାନ ଅଧିକାର କରିଛି । ଗତ ୬ ବର୍ଷରୁ ଏହି ଏୟାରପୋର୍ଟ ନିଜର ପ୍ରଥମ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି । ଏହା ପରେ ଦ୍ୱିତୀୟ ସ୍ଥାନରେ ଆସୁଛି ଦକ୍ଷିଣ କୋରିଆର ଇନସିଓନ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ । ଏହି ଏୟାରପୋର୍ଟକୁ ଷ୍ଟାଫ୍ମାନଙ୍କ କାମକୁ ଧ୍ୟାନରେ ରଖି ଏହାକୁ ଆୱାର୍ଡ ମଧ୍ୟ ମିଳିଛି ।ଏହା ପରେ ଟୋକିଓ (ହେନେଡା) ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ତୃତୀୟ ସ୍ଥାନରେ ଆସିଛି । ଏହା ବିଶ୍ୱର ସବୁଠାରୁ ସଫାସୁତୁରା ଏୟାରପୋର୍ଟ ହୋଇଥିବାରୁ ଏହାକୁ ଆୱାର୍ଡ ମଧ୍ୟ ମିଳିଛି । ହଂକଂର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ଏହି ଏୟାରପୋର୍ଟର ଆତିଥ୍ୟ ଏବଂ ଖାଦ୍ୟପେୟ ବିଶ୍ୱ ପ୍ରସିଦ୍ଧ । ଏହି କାରଣରୁ ଏହାକୁ ବେଷ୍ଟ ଏୟାରପୋର୍ଟ ଫର ଡାଇନିଙ୍ଗ୍ର ଆୱାର୍ଡ ମଧ୍ୟ ମିଳିଛି । ୩୦ ମିଲିୟନ ଯାତ୍ରୀକୁ ଯାତାୟାତର ସେବା ଯୋଗାଇ ଦେଉଥିବା ଦୋହା ପ୍ରିଷ୍ଟାଇନ ହାମାଡ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି । ଏହାର ପରିବେଶ ଖୁବ୍ ଆକର୍ଷଣୀୟ । ଦ୍ୱିତୀୟ ଚଳପ୍ରଚଳ ଏବଂ ବ୍ୟସ୍ତବହୁଳ ଏୟାରପୋର୍ଟ ହେଉଛି ଜର୍ମାନୀର ମୁନିଚ୍ ଏୟାରପୋର୍ଟ । ସର୍ବୋକ୍ରୃଷ୍ଟ ଏୟାରପୋର୍ଟ ତାଲିକାରେ ଏହା ଛଅ ନମ୍ବରରେ ଆସେ ।ଜାପାନର ସେନ୍ଟ୍ରେଟ ଏୟାରପୋର୍ଟର କଥା ହିଁ ନିଆରା । ଏହି ଏୟାରପୋର୍ଟ ତାଲିକାରେ ସପ୍ତମ ସ୍ଥାନରେ ଆସେ । ବିଶ୍ୱର ବ୍ୟସ୍ତବହୁଳ ଏୟାରପୋର୍ଟ ମଧ୍ୟରେ ଲଣ୍ଡନର ହେଲଥରୋ ଏୟାରପୋର୍ଟର କଥା ଆସେ । ଏହି ଏୟାରପୋର୍ଟ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି । ଏହା ପରେ ନବମ ସ୍ଥାନରେ ଆସେ ସ୍ୱିଜରଲ୍ୟାଣ୍ଡର ଗରିଚ ଏୟାରପୋର୍ଟ ।ତାଲିକାରେ ଦଶମ ସ୍ଥାନରେ ରହିଛି ଜର୍ମାନୀର ଫ୍ରାଙ୍କଫର୍ଟ ଏୟାରପୋର୍ଟ । ପର୍ଯ୍ୟାପ୍ତ ସ୍ଥାନ ଏବଂ ଏକ ସମୟରେ ବହୁ ଉଡ଼ାଣକୁ ନେଇ ଏହି ଏୟାରପୋର୍ଟ ଖୁବ୍ ଚର୍ଚ୍ଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ