ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ଯାପିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଠାରେ ୩ ଦିନ ବ୍ୟାପୀ ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ମାର୍ଗଦର୍ଶକ ବାଜାଜୀ ଜଗନ୍ନାଥ ଦାଶ ମହାରାଜ, ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ରାଜ୍ୟ ବିଜେଡି ସମ୍ପାଦକ ଇଂ.ପ୍ରୟାସକାନ୍ତି ସାମଲ, ବିଜେପି ନେତା ପଞ୍ଚାନନ ରାଉତଙ୍କ ସମେତ ସ୍ଥାନୀୟ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।


