ବିଶ୍ୱଶାନ୍ତି ଶନି ମହାଯଜ୍ଞ ଉଦ୍ଯାପିତ

ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍‍): ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପଞ୍ଚାୟତ ଖଜୁରୀପଡ଼ାସ୍ଥିତ ଶନି ମନ୍ଦିରରେ ସପ୍ତମ ବାର୍ଷିକ ବିଶ୍ୱଶାନ୍ତି ଶନି ମହାଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଯଜ୍ଞରେ ସୂର୍ଯ୍ୟପୂଜା, ନାମସଂକୀର୍ତ୍ତନ ଶନିଦେବଙ୍କ ଷୋଡ଼ଷ ଉପଚାର, ତୈଳ ଲାଗି,ଚଣ୍ଡୀ ଆହୁତି, ହବନ ଆଦି କରାଯାଇଥିଲା । ଶେଷ ଦିନରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଶହ ଶହ ଭକ୍ତ ଯୋଗଦେଇ ଠାକୁରଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଭକ୍ତଙ୍କ ମନସ୍କାମନା ସିଦ୍ଧି ନିମନ୍ତେ ଗୋତ୍ର ଓ ନାମ ସହିତ ତୈଳ ଦୀପ ରାଶି ତେଲରେ ସ୍ଥାପନା କରାଯାଇଥିଲା । ଶେଷରେ ସମସ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଖଜରୁପଡ଼ା ଗ୍ରାମବାସୀ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ