ବିଶ୍ୱଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ଅନୁଷ୍ଠିତ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ଭକ୍ତ ଶୂନ୍ୟରେ ପୂଜା ପାଇଲେ ବିଶ୍ୱଶିଳ୍ପୀ ବିଶ୍ୱକର୍ମା | ମୋହନା ସ୍ଥାନୀୟ ବ୍ଲକ ଯନ୍ତ୍ରୀ କାର୍ଯ୍ୟାଳୟ ରେ ହୁମ ଯଜ୍ଞରେ ପୂଜା ଅର୍ଚନା କରିଲେ ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଓ ଅନ୍ୟ ଯନ୍ତ୍ରୀ ହରେକୃଷ୍ଣ ସାହୁ,ସଂଗ୍ରାମ ବେହେରା,ମମତା ଦମେନ୍ତି,ସଞ୍ଜୟ ସାହୁ ସହ ସମସ୍ତ ଯନ୍ତ୍ରୀ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ବିଡ଼ିଓ ବଂଶୀଧର ଖୋସଲା ଙ୍କ ଦେହ ସୁସ୍ଥ ପାଇଁ ପ୍ରାର୍ଥନା କରିଥିଲେ | ବିଶ୍ୱକର୍ମା ଙ୍କ ନିକଟରେ ମୋହନା ବିଦୂତ ବିଭାଗ ଗୁଡିକରେ ମଧ୍ୟ ସାମାଜିକ ଦୂରତା ରଖି ସାତ ଜଣ କର୍ମଚାରୀ ରହି ପୂଜା କରିଥିଲେ | ଆଇ.ଟି.ଆଇ ବିଦ୍ୟାଳୟ ରେ ଶିକ୍ଷକ ମାନେ ପୂଜା କରିଥିଲେ | ମୋହନା ରେ ଥିବା ଲୁହା ଦୋକାନ,ଗେରେଜ ଗୁଡିକରେ ମଧ୍ୟ ପୂଜା ପାଇଲେ ଭଗବାନ ବିଶ୍ୱକର୍ମା | କରୋନା ନିୟମ ମାନି ଶାନ୍ତି ଶୃଙ୍ଖଳା ଦୂରତା ରଖି ପୂଜା କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ